ପାଣି ଘେରରେ ଚାଷ ଜମି

ନାଉଗାଁ,(ପ୍ରଦ୍ୟୁଷ ମହାନ୍ତି ): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ୪ ପଂଚାୟତ ଚାଷ ଜମି ପାଣି ଘେରରେ ରହିଛି । ଚାଷ ଓ ଚାଷୀକୁ ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟ ସରକାରଙ୍କ ଠାରୁ କେନ୍ଦ୍ର ସରକାର ପର୍ଯ୍ୟନ୍ତ ଯୋଜନା ଉପରେ ଯୋଜନା କରୁଛନ୍ତି । ସରକାରଙ୍କ ପକ୍ଷରୁ ଜନହିତକାରୀ ଯୋଜନା ତଥା ଭତ୍ତା, ଆବାସ ଯୋଜନା, ରାସନ କାର୍ଡ ଆଦି ଯୋଜନା ପାଇଁ ବଡ ବଡ ବିଜ୍ଞାପନ ହୋଡିଙ୍ଗି ଲଗାଇ ପଚାର କରାଯାଉଛି କିନ୍ତୁ ଚାଷୀମାନଙ୍କ ପାଇଁ ହେଉଥିବା ଯୋଜନାର କୌଣସି ବିଜ୍ଞାପନ ହୋଡିଙ୍ଗ କରାଯାଉନାହିଁ । ଫଳରେ ଚାଷୀଙ୍କ ପାଇଁ ହେଉଥିବା ଯୋଜନା ସଠିକ ଭାବେ କାର୍ଯ୍ୟକାରୀ ହେଉନାହିଁ । ଫଳରେ ଚାଷୀମାନେ ବିଭିନ୍ନ ସମସ୍ୟାରେ ଛନ୍ଦି ହୋଇ ପଡୁଛନ୍ତି । ଯାହା ଦେଖିବାକୁ ମିଳିଛି ନାଉଗାଁ ବ୍ଳକ ଅନ୍ତର୍ଗତ ତିରୁଣା, ଡାବର, ଘୋଡାଂଶ, ଜାମୁଗାଁ ଆଦି ପଂଚାୟତର ଚାଷୀମାନଙ୍କ ନିକଟରେ । ଏହି ସବୁ ପଂଚାୟତ ଉଦବୃତ ବର୍ଷା ଓ ବନ୍ୟା ଜଳ ବାଉଁଜୋରୀ ଦେଇ ଦେବୀନଦୀକୁ ନିଷ୍କାସିତ ହୋଇଥାଏ । ଏହି ଉଦବୃତ ଜଳ ନିଷ୍କାସନ ପାଇଁ ବାଉଁଶ ଯୋରୀ ଓ ଦେବୀନଦୀର ତେଲସରାଠାରେ ଡ୍ରେନଜ ବିଭାଗ ପକ୍ଷରୁ ଏକ ସ୍ଳୁଇସ ଗେଟ ନିର୍ମାଣ କରାଯାଇଛି । ଏହି ଗେଟର ମୁଖ୍ୟ ଲକ୍ଷ୍ୟ ମରୁଡି ସମୟରେ ଚାଷ ଜମିକୁ ପାଣି ଯୋଗାଇବା ସହିତ ବର୍ଷା ସମୟରେ ଉଦବୃତ ଜଳକୁ ଦେବୀନଦୀକୁ ନିଷ୍କାସିତ କରିବା । କିନ୍ତୁ ଉକ୍ତ ସ୍ଳୁଇସ ଗେଟ କୌଣସି କାମକୁ ଆସୁ ନଥିବା ଚାଷୀମାନେ ଅଭିଯୋଗ କରୁଛନ୍ତି । ଏବେ ଉପରମୁଣ୍ଡରେ ବର୍ଷା ଲାଗି ରହିଥିବା ଯୋଗୁଁ ଦେବୀ ଓ ତାର ଶାଖାନଦୀରେ ବନ୍ୟା ଜଳ ପ୍ରବାହିତ ହେଉଛି । ବନ୍ୟା ଯୋଗୁଁ ନଦୀରେ ପାଣି ଫୁଲି ରହିଥିବାରୁ ତଳ ଅଂଚଳରୁ ପାଣି ନିଷ୍କାସିତ ହୋଇପାରୁନାହିଁ । ବାଉଁଶ ଯୋରୀ ଓ ଦେବୀନଦୀ ମଧ୍ୟରେ ଜଳ ପତନରେ ସମାନତା ନଥିବାରୁ ଦେବୀନଦୀରୁ ବାଉଁଶଯୋରୀକୁ ଅଧିକ ବନ୍ୟାଜଳ ପ୍ରବାହିତ ହେବାର ଆଶଙ୍କା ରଖାଯାଇଥିବାରୁ ସ୍ଳୁଇସ ଗେଟଟିକୁ ବନ୍ଦ କରାଯାଇଛି । ଯାହାଫଳରେ ଚାଷ ଜମିରେ ଦୀର୍ଘ ୮ ଦିନରୁ ଉଦ୍ଦ୍ୱର୍ ଦିନ ହେବ ଉଦବୃତ ଜଳଜମି ରହିଛି । ଚଳିତ ବର୍ଷ ଠିକ ସମୟରେ ବର୍ଷା ନହେବା ଫଳରେ ଚାଷୀମାନେ ଚାଷ କାର୍ଯ୍ୟ କରିବା ପାଇଁ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହୋଇଥିଲେ । ଭଲ ଧାନ ହେବାର ଆଶା ରଖି ଚାଷୀ ଘରୋଇ ବିହନ ବ୍ୟବହାର ନକରି ଉନ୍ନତ କିସମ ଓ ଅଧିକ ଅମଳକ୍ଷମ ବିହନ କ୍ରୟ କରି ଧାନ ତଳି ପକାଇଥିଲେ । ଜମି ପ୍ରସ୍ତୁତ କରି ତଳି ରୁଆରୋଇ କରିବା ପରେ ବର୍ତମାନ ଜମିରୁ ପାଣି ନିଷ୍କାସନ ହୋଇପାରୁନାହିଁ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଚାଷୀ ସମବାୟ ସଂସ୍ଥା ଓ ବ୍ୟାଙ୍କରୁ ରୁଣ ଓ ଧାର ଉଧାର କରି ଚାଷ କାର୍ଯ୍ୟ କରି ସାରିଥିବା ବେଳେ ଉଦବୃତ ଜଳ ସେମାନଙ୍କର ସମସ୍ୟା ସୃଷ୍ଟି କରିଛି । ଧାର କରି ଆଣି ଚାଷ କାର୍ଯ୍ୟରେ ଲଗାଇଥିବା ଟଙ୍କା କିପରି ଶୁଝିବେ ଚାଷର ମାନେ ଚିନ୍ତାରେ ରହିଛନ୍ତି । ଅନ୍ୟପଟରେ ଉକ୍ତ ଅଂଚଳଟି ତଳିଆ ଅଂଚଳ ହୋଇଥିବାରୁ ଚଳିତବର୍ଷ ଡ୍ରେନଜ ବିଭାଗ ପକ୍ଷରୁ ବାଉଁଶଯୋରୀର ତିରୁଣାରୁ ଦେଓପଡାକୁ ଯାଇଥିବା ନାଳକୁ ଖେଳାଯାଇଥିବା ନାଳ ଅଧପନ୍ତରିରଆ ହୋଇରହିଥିବାରୁ ଫଳରେ ଜଳ ନିଷ୍କାସନ ହୋଇପାରୁ ନାହିଁ । ଯାହାଫଳରେ ଶହ ଶହ ହେକ୍ଟର ଚାଷଜମିରେ ଧାନ ଗଛ ପଚିବା ଆରମ୍ଭ କରିଥିବା ଚାଷୀମାନେ ପ୍ରକାଶ କରିଛନ୍ତି । ପ୍ରତିବର୍ଷ ଦେବୀନଦୀରେ ବନ୍ୟା ଆସୁଥିବାରୁ ଏହି ସମସ୍ତ ଅଂଚଳ ଜଳମଗ୍ନ ହେଉଛି । ଫଳରେ ଧାନ ଚାଷ ବାଧାପ୍ରାପ୍ତ ହେଉଛି । ତେଣୁ ଜଳ ନିଷ୍କାସନର ସ୍ଥାୟୀ ସମାଧାନ ପାଇଁ ସ୍ଥାନୀୟ ଚାଷୀମାନେ ପ୍ରଶାସନ ନିକଟରେ ବାରମ୍ବାର ଦାବି କଲେ ସୁଦ୍ଧା କିଛି ସୁଫଳ ମିଳୁନଥିବା ଅଭିଯୋଗ କରିଛନ୍ତି ।ଚାଷ ଜମିରେ ଚାଷୀ ମାନେ ବର୍ଷାର ଆଗମନକୁ ଆଖିଦୃଷ୍ଟିରେ ରଖି ତଳିରୁଆ ସହିତ ସାର ଓ କୀଟନାଶକ ଔଷଧ ଆଦି ବ୍ୟବହୃତ କରିସାରିଛନ୍ତି । ଯେଉଁ ଅର୍ଥ ଖର୍ଚ୍ଚ ହୋଇଛି ତାହାକୁ ପ୍ରଶାସନ ପକ୍ଷରୁ ତଦନ୍ତ କରାଯାଇ ଚାଷୀକୁ କ୍ଷତିପୁରଣ ଯୋଗାଇ ଦେବା ପାଇଁ ଦାବି କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ