ଜୀବନବିନ୍ଦୁ କାର୍ଯ୍ୟକ୍ରମ ରେ ଭୁଲିଗଲେ ସାମାଜିକ ଦୂରତା; ତଦନ୍ତ ଆରମ୍ଭ କଲେ ତହସିଲଦାର
ମୋହନା,( ଅଂଶୁମାନ ପଣ୍ଡା):ସାରା ରାଜ୍ୟରେ କରୋନା ମୋହାମାରି ପାଇଁ କେତେଯେ ନିରୀହ ଜୀବନ ଜୀବିକା ହରାଇଲେ | ଏଥି ଦ୍ୱାରା ବିଭିନ୍ନ କ୍ଷେତ୍ରରେ ଲୋକେ କ୍ଷତି ସହି ଘରୁ ବହାରିଲେନି, ଛ ମାସ ପର୍ଯ୍ୟନ୍ତ ଲୋକେ ଏହା ଦ୍ୱାରା କେତେ ଯେ ପର୍ବ ପର୍ବାଣୀ ମଧ୍ୟ ବନ୍ଦ ହେଇଗଲା |ଏପରିକି ଅନେକ ଜାଗାରେ ଭିଡ଼ ଜମି ରହିଥିବାରୁ ଗ୍ରାମ ବାସୀଙ୍କ ଠାରୁ ଜରିମାନା ମଧ୍ୟ ଆଦାୟ କରାଯାଇଛି |କୋଭିଡ଼ ନିଅମକୁ ଯିଏ ନ ମାନିଛି ତାକୁ ଜୋରିମାନା ଦେବାକୁ ପଡିଛି |ଏପରି କିଛି ଦିନ ତଳେ ଭୁବନେଶ୍ୱର ବିଧାୟକା ଅପରାଜିତା ଷଡ଼ଙ୍ଗୀଙ୍କ ଜନ୍ମ ଦିବସରେ ଭିଡ଼ ଥିବାରୁ ତାଙ୍କ କାର୍ଯ୍ୟାଳୟ କୁ ବନ୍ଦ କରାଯାଇଛି | ସେହି ଭଳି କୋଭିଡ଼ କଟକଣା ଯିଏ ଭାଙ୍ଗିଛି ତାଙ୍କ ନାମରେ ଆଇନ ଅନୁଯାଇ ପଦକ୍ଷେପ ନେବା ସହ ଜୋରିମାନା ଆଦାୟ କରାଯାଇଛି | ହେଲେ ଆଜି ମୋହନା ନିର୍ବାଚନ ମଣ୍ଡଳୀର ମୋହନା ବ୍ଲକ ବିଜୁ କଲ୍ୟାଣ ମଣ୍ଡପରେ ଜିବନ ବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହଇଥିଲା | ଝିପି ଝିପିବର୍ଷା ରେ ମଧ୍ୟ ୪୯ ପଞ୍ଚାୟତ ବିଭିନ୍ନ ଜାଗାରୁ ବିଜେଡ଼ି କର୍ମୀ ମନେ ଆସି ଯୋଗ ଦେଇଥିଲେ | ମୁଖ୍ୟ ଅତିଥିଭାବେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ବିଜେଡ଼ି ର ବହୁ କର୍ମୀ ସଭାପତି ଉପସ୍ଥିତ ଥିଲେ |ଏହା ସହ ମେଡ଼ିକାଲ ଟିମ ଜିଲ୍ଲା ରକ୍ତ ଭଣ୍ଡାରର କର୍ମ କର୍ତା ଉପସ୍ଥିତ ରହି ପ୍ରାୟ ଏକଶହରୁ ଉର୍ଦ୍ଧ ରକ୍ତ ଦାନ କରିଥିଲେ ଦଳିଅ କର୍ମକର୍ତ୍ତା ସେମାନଙ୍କୁ ମାନପତ୍ର ମଧ୍ୟ ପ୍ରଦାନ କରାଯାଇଛି | ବହୁ ସଂଖ୍ୟକ ଲୋକ ଓ ଦଳୟ କର୍ମକର୍ତ ଜିଲ୍ଲା ଓ ଜିଲ୍ଲା ବାହାରୁ ଆସି ଯୋଗ ଦେଇଥିଲେ |ହେଲେ ଏହି କାର୍ଯ୍ୟକ୍ରମ ରେ ଏଭଳି ଭିଡ଼ ଜମିଥିଲା ଯାହାକୁ ନେଇ ଏବେ ଚର୍ଚ୍ଚା, ହେଉଛି ରାଜ୍ୟ ସରକାର ନିଅମ କରିଛନ୍ତି ହେଲେ ସେହି ନୟମ ନିଜେ ଭାଙ୍ଗିଛନ୍ତି ,ଏହିଜୀବନ ବିନ୍ଦୁ କାର୍ଯ୍ୟକ୍ରମରେ ନିଜ ଭିତରେ ସାମାଜିକ ଦୂରତା ଓ କିଛି ଲୋକଙ୍କ ମୁହଁ ରେ ମାକ୍ସ ନଥିଲା ଯାହାଫଳରେ କରୋନା ବ୍ୟାପିବାରେ ସୁନିଶ୍ଚିତ ବୋଲି ସାଧାରଣରେ ଚର୍ଚ୍ଚା ଧରିଛି |ଏଭଳିକି ତହସିଲ କାର୍ଯ୍ୟାଳୟ ଠାରୁ ମାତ୍ର କିଛିଦୂରରେ ଏହି ଜୀବନ ବିନ୍ଦୁ ଆୟୋଜିତ ହୋଇ ଥିଲା |ଆଉ କିପରି ଏତେ ପରିମାଣ ରେ ଭିଡ଼ ହେଲା ତାହା ବି ବିନା ଅନୁମତିରେ ଗରିବ, କୁଲି ମଜୁରିଆ ଙ୍କ ଠାରୁ ଆଦାୟ ହେଉଛି ଜରିମାନା ରାଜସ୍ୱ ବୁଦ୍ଧି ପାଇଁ ଗାଁ ଗହଳି ରେ ଯାତ୍ରା ପର୍ବ କଲେ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ଆଦାୟ କରା ଯାଉଛି ସେଠି କରୋନା ହେବ ଆଉ ଏହି ବିଜେଡ଼ି ଦଳର ଜୀବନ ବିନ୍ଦୁରେ କରୋନା ହେବନି ? ତେଣୁ ଏତେ ଭିଡ଼ କରି ସାମାଜିକ ଦୂରତା ଭୁଲିଗଲେ ଏଠି ସ୍ଥାନୀୟ ତହସିଲଦାରଙ୍କୁ ପ୍ରଶ୍ନକି ଗରୀବ ଙ୍କ ଠାରୁ ଯେଉଁଭଳି ଟିକସ ଆଦାୟ କରୁଛନ୍ତି ସେଭଳି ଏହିମାନଙ୍କୁ ଠାରୁ କଣ ପାଇଁ ଆଦାୟ ହେଉନି ? ନା ଏମାନେ ବିଜେଡ଼ି ଦଳ ର ନେତ କର୍ମୀ ବୋଲି କହିଛନ୍ତି ଅଡ଼ବା ଜିଲ୍ଲାପରିଷଧ ବାଳକୃଷ୍ଣ ମଲିକ ଏହି ବିଷୟ ରେ ତହସିଲଦାର କଲ୍ୟାଣି ସଙ୍ଘ ମିତ୍ରା ଦେବୀଙ୍କୁ ପଚାରିବାରୁ ସେ କହିଛନ୍ତି ବିଜେଡ଼ି ଦଳର କିଏ ଏହି କାର୍ଯ୍ୟକ୍ରମ କୁ ପରି ଚାଳନା କରିଥିଲେ ତାଙ୍କୁ ଏକ କାରଣ ଦର୍ଶାଅ ନୋଟିସ କରାଯିବ ଓ ଆଇନ ଅନୁଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ | ପ୍ରକାଶଥାଉକି କରୋନା ମହାମାରୀ ରେ କେତେ ଜୀବନ ଗଲାଣି ଚିନ୍ତାରେ ଲୋକେ, କେନ୍ଦ୍ରସରକାର ଓ ଡାକ୍ତର ହେଲେ ଏଠି ରାଜ୍ୟ ସରକାର ରାଜନିତୀ କରି ସାମାଜିକ ଦୂରତା କୁ ଭୁଲି ଗଲେ | ଏପରିକି ସରକାରୀ ବାବୁ ଓ କର୍ମୀ ମାନେ ମଧ୍ୟ ଉପସ୍ଥିତ ଥିଲେ ତାଙ୍କ ଉପରେ କୋଭିଡ଼ କଟକଣା ନାହିଁ କିନ୍ତୁ ଗରୀବ କୁ ଅତ୍ୟାଚାର କରୁଛନ୍ତି ଜିଲ୍ଲା ପ୍ରଶାସନ ବୋଲି ଚା’ ଖଟିରେ ଚର୍ଚ୍ଚାହେଉଛି |


