ଟିଏସ୍‌ଆରଡିଏସ୍ ପକ୍ଷରୁ ‘ବିଶ୍ୱ ହାତୁଧୁଆ ଦିବସ’ ଉପରେ ଅନ୍‌ଲାଇନ୍ ସଚେତନତା କାର୍ଯ୍ୟକ୍ରମ

ଯୋଡ଼ା,(ସମୀର କୁମାର ଦାସ): ଟିଏସ୍‌ଆରଡିଏସ୍ ପକ୍ଷରୁ ‘ବିଶ୍ୱ ହାତଧୁଆ ଦିବସ’ ପାଳନ ଅବସରରେ ଯୋଡ଼ା ରିସ୍ତା ପ୍ରକଳ୍ପ ଅନ୍ତର୍ଗତ କିଶୋର କିଶୋରୀମାନଙ୍କ ପାଇଁ ‘ହାତଧୁଆର ଗୁରୁତ୍ୱ’ ଉପରେ ଏକ ଅନ୍‌ଲାଇନ୍ ସଚେତନତା ଅଧିବେସନ ଆଜି ଆୟୋଜିତ ହୋଇଯାଇଛି । ରୋଗର ନିରାକରଣ ଓ ଜୀବନ ରକ୍ଷା ପାଇଁ ଏକ ପ୍ରଭାବୀ ଓ ବ୍ୟୟସାପେକ୍ଷ ମାଧ୍ୟମ ରୂପେ ସାବୁନରେ ହାତ ଧୋଇବାର ଗୁରୁତ୍ୱ ସମ୍ପର୍କରେ ସଚେତନତା ଓ ହୃଦବୋଧତାକୁ ବୃଦ୍ଧି କରିବା ଲକ୍ଷ୍ୟରେ ଆୟୋଜିତ ଏହି ଅନ୍‌ଲାଇନ୍ ଅଧିବେସନରେ ରିସ୍ତା ପ୍ରକଳ୍ପ ଅନ୍ତର୍ଗତ ଯୋଡ଼ା ଓ ଖଣ୍ଡବନ୍ଧ ଅଳର ୪୦ରୁ ଊର୍ଦ୍ଧ୍ୱ କିଶୋର କିଶୋରୀ ଅଂଶଗ୍ରହଣ କରିଥିଲେ ।ଏହି ଅଧିବେସନରେ ଟିଏସ୍‌ଆରଡିଏସ୍‌ର ବରିଷ୍ଠ କାର୍ଯ୍ୟନିର୍ବାହୀ (ଗ୍ରାମୀଣ ବିକାଶ) ଶ୍ରୀ ଅମ୍ରୁତ ପୃଷ୍ଟି ଅଂଶଗ୍ରହଣକାରୀ ମାନଙ୍କୁ ମହାମାରୀ ସମୟରେ ହାତ ଧୋଇବାର ଗୁରୁତ୍ୱ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଏହାସହିତ ଶ୍ରୀ ପୃଷ୍ଟି କହିଥିଲେ ଯେ,କୋଭିଡ଼-୧୯ ମହାମାରୀ, ଭାଇରସ୍ ବ୍ୟାପିବାରୁ ରୋକିବାର ଅନ୍ୟତମ ଶ୍ରେଷ୍ଠ ଓ ସହଜ ଉପାୟ ସାବୁନରେ ହାତ ଧୋଇବା ଦ୍ୱାରା
ହାତକୁ ସ୍ୱଚ୍ଛ ରଖିବା ବିଷୟରେ ଆମକୁ ମନେ ପକାଇ ଦେଉଛି ।ଏଠାରେ ସୂଚନାଯୋଗ୍ୟ ଯେ, ରୋଗର ନିରାକରଣ ଓ ଜୀବନ ରକ୍ଷା ପାଇଁ ଏକ ସହଜ, ପ୍ରଭାବୀ ଓ ବ୍ୟୟସାପେକ୍ଷ ମାଧ୍ୟମ ରୂପେ ସାବୁନରେ ହାତ ଧୋଇବାର ଗୁରୁତ୍ୱକୁ ବିଶ୍ୱସାରା ପ୍ରସାର କରିବା ପାଇଁ ‘ବିଶ୍ୱ ହାତଧୁଆ ଦିବସ’ ପାଳନ କରାଯାଉଛି । ଚଳିତ ବର୍ଷର ବିଷୟବସ୍ତୁ ହେଉଛି ‘ସମସ୍ତଙ୍କ ପାଇଁ ହାତର ସ୍ୱଚ୍ଛତା’ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ