କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ସଭାପତି ପଦକୁ ନେଇ ଉପୁଜିଥିବା ବିବାଦର ପୂର୍ଣ୍ଣଛେଦ !

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): ଦୀର୍ଘ ଦିନ ଧରି ଚାଲିଥିବା ବିବାଦର ଅନ୍ତ ଘଟିଛି । କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିଚାଳନା ପରିଷଦର କାର୍ଯ୍ୟକାଳ ଶେଷ ହେବା ପରେ ପୂର୍ବତନ ସଭାପତି ପରବର୍ତ୍ତୀ ପରିଚାଳନା ପରିଷଦ ଗଠନ ହେବା ପର୍ଯ୍ୟନ୍ତ ସଭାପତି ରହିପାରିବେ ନାହିଁ ବୋଲି ଉଚ୍ଚଶିକ୍ଷା ବିଭାଗ କୈାଣସି ନିର୍ଦେଶ ଦେଇନାହାନ୍ତି । ପରବର୍ତ୍ତୀ ପରିଚାଳନା ପରିଷଦ ଗଠନ ହେବା ପର୍ଯ୍ୟନ୍ତ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ସେହି ମହାବିଦ୍ୟାଳୟର ସଭାପତି ଭାବେ ଦାୟୀତ୍ୱ ତୁଲାଇବାକୁ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପତ୍ରସଂଖ୍ୟା – ୩୩୨୫୪ ତା ୧୫.୧୦.୨୦୨୦ରିଖରେ ନିର୍ଦେଶନାମା ଜାରି କରିଛି । ଯେଉଁ ଜିଲ୍ଲାରେ ଏକାଧିକ ଅତିରିକ୍ତ ଜିଲ୍ଲାପାଳ ଥିବେ ସେହି ଜିଲ୍ଲାର ଜିଲ୍ଲାପାଳ ଜଣେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଏଥିନିମନ୍ତେ ମନୋନ୍ୱିତ କରିବେ ବୋଲି ନିର୍ଦେଶ ପ୍ରଦାନ କରାଯାଇଛି । ଗତ କିଛି ଦିନ ହେବ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିଚାଳନା ପରିଷଦର ସଭାପତି ପଦକୁ ନେଇ ବୀବାଦ ସୃଷ୍ଟି ହୋଇଥିଲା । ମହାବିଦ୍ୟାଳୟ ପରିଚାଳନା ପରିଷଦର କାର୍ଯ୍ୟକାଳ ୨୦୧୮ମସିହାରୁ ଶେଷ ହୋଇଯାଇଥିଲା । ପୂର୍ବତନ ପରିଚାଳନା ପରିଷଦର ସଭାପତି ଭାବେ ପୂର୍ବତନ ବିଧାୟକ କିଶୋର ଚନ୍ଦ୍ର ତରାଇ ସଭାପତି ଭାବେ କାର୍ଯ୍ୟ ନିର୍ବାହ କରୁଥିଲେ । ପରବର୍ତ୍ତି ସମୟରେ ଶ୍ରୀ ତରାଇଙ୍କ ନିର୍ଦେଶକୁ କଲେଜ ଅଧ୍ୟକ୍ଷ ଗ୍ରହଣ ନକରିବାରୁ ବିବାଦର ସୁତ୍ରପାତ ହୋଇଥିଲା । କିଛିଦିନ ତଳେ ସଭାପତି ଶ୍ରୀ ତରାଇ କଲେଜ ଅଧ୍ୟକ୍ଷ ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀଙ୍କୁ ନିଲମ୍ବନ ଆଦେଶ ଦେବା ସହିତ ଅଧ୍ୟକ୍ଷଙ୍କ ନାମରେ ଥିବା କଲେଜର ୨ଟି ବ୍ୟାଙ୍କ ଆକାଉଁଟକୁ ପରିଚାଳନା ନକରିବାକୁ ସଂପୃକ୍ତ ବ୍ୟାଙ୍କକୁ ଚିଠି ଲେଖିଥିଲେ । ଏହି ଚିଠି ପାଇବା ପରେ ସଂପୃକ୍ତ ବ୍ୟାଙ୍କ ଅଧ୍ୟକ୍ଷଙ୍କ ନାମରେ ଥିବା ବ୍ୟାଙ୍କ ଆକାଉଁଟରେ କାରବାର ବନ୍ଦ କରିଦେଇଥିଲେ । ଫଳରେ କଲେଜରେ ଏକ ପ୍ରକାର ଅଚଳାବସ୍ଥା ସୃଷ୍ଟି ହୋଇଛି । ଏହି ବିବାଦ ସମ୍ପର୍କରେ ଉଚ୍ଚଶିକ୍ଷା ବିଭାଗରେ ଖବର ପହଁଚିବା ପରେ ଆଜି ଉଚ୍ଚଶିକ୍ଷା ସଚିବ ଏକ ନିର୍ଦେଶନାମା ଜାରିକରି କାର୍ଯ୍ୟକାଳ ଶେଷ ହୋଇଥିବା ଅନୁଦାନପ୍ରାପ୍ତ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅନ୍ତରୀଣ କଲେଜ ପରିଚାଳନା ପରିଷଦର ସଭାପତି ଭାବେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାୟୀତ୍ୱ ପ୍ରଦାନ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ