କୁଲି ନଂ ୱାନ୍ ‘ର ପ୍ରଶଂସାରେ ଶତମୁଖ ମୋଦି ନୂଆଦିଲ୍ଲୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଦ ଗ୍ରହଣ କରିବା ପରଠାରୁ ସ୍ୱଚ୍ଛତା ପ୍ରତି ଗୁରୁତ୍ୱ ଦେଇଆସୁଛନ୍ତି । ସେ ସ୍ୱଚ୍ଛତା ହିଁ ସେବା ୩.୦ ଆରମ୍ଭ କରିଛନ୍ତି । ତେବେ ଏଥର ମୁଖ୍ୟତଃ ପ୍ଲାଷ୍ଟିକ୍ ମୁକ୍ତ ଭାରତ ପାଇଁ ଅଭିଯାନ ଆରମ୍ଭ କରିଛନ୍ତି । ତେବେ ବଲିଉଡ୍ ତାରକା ବରୁନ୍ ଧୱନ୍ଙ୍କୁ ଅଭିନୀତ ଫିଲ୍ମ ‘କୁଲି ନଂ ୱାନ୍ ପ୍ଲାଷ୍ଟିକ୍ ମୁକ୍ତ ଭାବନାକୁ ପ୍ରୋତ୍ସାହନ ଦେଇଥିବାରୁ ସେ ଏହାକୁ ପ୍ରଶଂସା କରିଛନ୍ତି । ଏହାର ପ୍ରଶଂସାରେ ସେ କହିଛନ୍ତି, କୁଲିଂ ନଂ ୱାନ୍ ଟିମ୍ ପ୍ରୟାସ ପ୍ରଶଂସାଯୋଗ୍ୟ । ସିନେ ଦୁନିଆ ଭାରତକୁ ସିଙ୍ଗିଲ ୟୁଜ୍ ପ୍ଲାଷ୍ଟିକ୍ ମୁକ୍ତ କରିବା ଦିଗରେ ପ୍ରେରଣା ସାଜିଥିବା ଦେଖି ଆନନ୍ଦିତ ହେଲି । ଏହା ପୂର୍ବରୁ ବରୁନ୍ ଲେଖିଥିଲେ, ବର୍ତ୍ତମାନ ପ୍ଲାଷ୍ଟିକ୍ ମୁକ୍ତ ଭାରତ ହେବାର ସମୟ ଆସିଛି । ଆମ ପ୍ରଧାନମନ୍ତ୍ରୀ ଏଥିପାଇଁ ଏକ ଅଭିଯାନ ଆରମ୍ଭ କରିସାରିଛନ୍ତି । ଆମେ ମଧ୍ୟ ଛୋଟ ଛୋଟ ପ୍ରୟାସରେ ପରିବର୍ତ୍ତନ ଆଣିପାରିବା । ଆମେ କୁଲି ନଂ ୱାନ୍ ସେଟ୍ରେ କେବଳ ଷ୍ଟିଲ୍ ବୋତଲ ବ୍ୟବହାର କରୁଛୁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ