ବିଜେଡି ସଂଖ୍ୟାଲଘୁ ସେଲ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନରେ ମାସ୍କ ବଂଟନ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): ଜିଲ୍ଲା ବିଜେଡି ସଂଖ୍ୟାଲଘୁ ସେଲ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୪ତମ ଜନ୍ମଦିବସ ପାଳନ ଅବସରରେ ସାଧାରଣ ଜନତାଙ୍କୁ ମାସ୍କ ବଂଟନ କରାଯାଇଛି । ଏହି ଉପଲକ୍ଷେ ଜିଲ୍ଲା ବିଜେଡି ସଂଖ୍ୟାଲଘୁ ସେଲର ଅଧ୍ୟକ୍ଷ ସେକ ମହମ୍ମଦ ଇନାୟତ(ଚନ୍ଦନ)ଙ୍କ ନେତୃତ୍ୱରେ ପୁରୁଣା ବସଷ୍ଟାଣ୍ଡରେ ଏବଂ ୧୫ନମ୍ବର ୱାର୍ଡରେ ଜନସାଧାରଣଙ୍କୁ କରୋନା ମହାମାରୀରୁ ରକ୍ଷା ନିମନ୍ତେ ଲୋକମାନଙ୍କୁ ସଚେତନ କରାଯାଇ ମାସ୍କ ବଂଟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ରକିବୁର ରହେମାନ, ମହମ୍ମଦ ରୋସନ, ଅବଦୁଲ ମଜିଦ, ସେକ ଟିକିବାବୁ, ମହମ୍ମଦ ସହୀଦ, ସେକ ମୋତି, ସେକ ରୋହିତ, ସେକ ଜୁନୁ ଓ ସେକ ବାବୁ ପ୍ରମୁଖ ଉପସ୍ଥିତ ଥିଲେ ।