ରୁଗୁଡି ଗ୍ରାମରେ ଦନ୍ତାହାତୀ ଆତଙ୍କ , ଭାଙ୍ଗିଲା ଘର, ଖାଇଲା ଧାନ, ଚାଉଳ

ଯୋଡ଼ା,( ଯୁଗାବ୍ଦ ନ୍ୟୁଜ୍) : କେନ୍ଦୁଝର ଜିଲା ଚମ୍ପୁଆ ରେଂଜ ଅନ୍ତର୍ଗତ ରୁଗୁଡି ଗ୍ରାମରେ ବୁଧବାର ରାତି ପ୍ରାୟ ୧୧.୩୦ ସମୟରେ ଏକ ଦନ୍ତାହାତୀ ଉତ୍ପାତ କରି ଜଣଙ୍କ ଘର ଭାଙ୍ଗି ଧାନ, ଚାଉଳ ଖାଇଦେଇଥିବା ସୂଚନା ମିଳିଛି । ସୂଚାନୁଯାୟୀ ଜଣାପଡିଛି ଯେ, ବୁଧବାର ରାତିରେ ଦନ୍ତାହାତୀଟି ଗୋଠଛଡା ହୋଇ ଗ୍ରାମ ଭିତରକୁ ପଶି ଆସିଥିଲା । ଦନ୍ତା ହାତୀଟି ଉକ୍ତ ଗ୍ରାମରେ ଥିବା ବୈରାଗୀ ସେଠୀଙ୍କ ଘର ଭାଙ୍ଗି ଘରର ଆସଭାବ ପତ୍ର ନଷ୍ଟ କରି ଦେଇଥିଲା ଏବଂ ଘରେ ରଖାଯାଇଥିବା ଧାନ, ଚାଉଳ ଖାଇବା ସହିତ ଦଳି ଚକଟି ନଷ୍ଟ କରିଦେଇଥିବା ସୂଚନା ମିଳିଛି । ଖବର ପାଇ ବନ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହନଚି ଥିଲେ ହେଁ ହାତୀର ଉତ୍ପାତକୁ ରୋକି ପାରିନଥିଲେ । ଏହା ଗୁରୁବାର ମଧ୍ୟ ଦନ୍ତା ହାତୀଟି ଗ୍ରାମ ନିକଟସ୍ଥ ଜଙ୍ଗଲରେ ଥିବାରୁ ଗ୍ରାମବାସୀମାନେ ଆତଙ୍କିତ ହୋଇ ରହିଥିବା ସେମାନେ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ