ପରିବେଶ ସୁରକ୍ଷା ସମ୍ପର୍କରେ ଆଲୋଚନାଚକ୍ର

ପାରାଦୀପ, (ଯୁଗାବ୍ଦ ନ୍ୟୁଜ) ପାରାଦୀପ ନିର୍ବାଚନ ମଣ୍ଡଳି ଅନ୍ତର୍ଗତ ରାହାମା ରେଲୱେ ଷ୍ଟେସନ ନିକଟ ସ୍ୱାଧିନ ଗେଷ୍ଟ ହାଉସ ପରିସରରେ ଶୁକ୍ରବାର ସାପ୍ତାହିକ ଖବର କାଗଜ ‘ଶିଳ୍ପ ପ୍ରଗତି’ ଆନୁକୁଲ୍ୟରେ ପରିବେଶ ସୁରକ୍ଷା ସମ୍ପର୍କରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏଥିରେ ସମ୍ପାଦକ ନୃସିଂହ ଚରଣ ବାରିକ ସଭାପତିତ୍ୱ କରିଥବା ବେଳେ ମୁଖ୍ୟଅତିଥି ଭାବରେ ଜୀବ ଉଦ୍ଧାର ସମିତିର ପ୍ରତିଷ୍ଠାତା ପ୍ରତାପ ଚନ୍ଦ୍ର ମହାନ୍ତି ଯୋଗଦେଇ ବ୍ୟାପକ ବୃକ୍ଷରୋପଣ କରାଗଲେ ପରିବେଶ ସନ୍ତୁଳନ ରକ୍ଷା ହୋଇ ପାରିବ ବୋଲି କହିଥିଲେ । ଆଲୋଚନା ଚକ୍ରରେ ପୂର୍ବତନ ସରପଞ୍ଚ ବ୍ରଜକିଶୋର ମହାରାଜ, ତିର୍ତ୍ତୋଲ ସାମ୍ବାଦିକ ସଂଘର ସମ୍ପାଦକ ଗୌରାଙ୍ଗ ଚରଣ ସ୍ୱାଇଁ, ସାମ୍ବାଦିକ ଶ୍ରୀକାନ୍ତ ଦାଶ, ପ୍ରଭୁପ୍ରସାଦ ମହାନ୍ତି, ଶରତ ଦାଶ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ପ୍ରାରମ୍ଭରେ ବିଶିଷ୍ଟ ସାମ୍ବାଦିକ ଦିଲୀପ ଶତପଥି ଓ ଚିତ୍ତରଞ୍ଜନ ମିଶ୍ରଙ୍କ ବିୟୋଗରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ