ଅବସର ପ୍ରାପ୍ତ କୃଷି କର୍ମଚାରୀଙ୍କ ଏକା ଦଶାହରେ ଶ୍ରଦ୍ଧାଞ୍ଜଳି ସଭା
ଜଗତସିଂହପୁର,(ଅନସୂୟା ରାଉତ): ଆଜି ଜଗତସିଂହପୁର ଜିଲ୍ଲାର ବାଲିକୁଦା ବ୍ଲକ ଅନ୍ତର୍ଗତ ଏକ ମୁକ୍ତେଶ୍ଵର ପଞ୍ଚାୟତ ରାଜ ଉଚ୍ଚ ବିଦ୍ୟାଳୟ ପରିସରରେ ଦିବଂଗତ କୃଷି ବିଭାଗର ଅବସରପ୍ରାପ୍ତ କର୍ମଚାରୀ ସ୍ୱର୍ଗତ ଆର୍ତ୍ତ ବଲ୍ଲଭ ସାହୁଙ୍କର ଏକାଦଶ ଉପଲକ୍ଷେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା । ଅବସରପ୍ରାପ୍ତ କୃତି ଶିକ୍ଷକ ଶ୍ରୀଯୁକ୍ତ ନକୁଳ ଚରଣ ପରିଡାଙ୍କ ସଭାପତିତ୍ୱରେ ଶ୍ରଦ୍ଧାଞ୍ଜଳି ସଭାର ପ୍ରାରମ୍ଭରେ ସଂସ୍କୃତ ଶିକ୍ଷକ ଶ୍ରୀଯୁକ୍ତ ମହେନ୍ଦ୍ର ରାଉତ ବେଦପାଠ କରିଥିଲେ । ପରେ ଉପସ୍ଥିତ ଭଦ୍ରବ୍ୟକ୍ତି ଗଣ ସ୍ୱର୍ଗତ ସାହୁଙ୍କର ଫଟୋ ଚିତ୍ରରେ ପୁଷ୍ପ ଚନ୍ଦନ ଧୂପ ଅର୍ପଣ କରି ଅମର ଆତ୍ମାର ସଦ୍ ଗତି କାମନା କରିବା ପାଇଁ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରିଥିଲେ । ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ସ୍ୱର୍ଗତ ସାହୁଙ୍କ ତ୍ୟାଗ ପୁତ ପରୋପକାର ମଣିଷ ପଣିଆର ଭୂୟସୀ ପ୍ରଶଂସା କରିଥିଲେ । ସ୍ଵର୍ଗତ ସାହୁ ନିଜ ଗାଁରେ ସାରା ଜିଲ୍ଲାରେ ବିଭିନ୍ନ ଅନୁଷ୍ଠାନ ସହିତ ଜଡିତ ରହିଥିଲେ ବୋଲି ବାଲିକୁଦା ଅଞ୍ଚଳର ବିଜେପି ନେତା ତଥା ପୂର୍ବତନ ଜିଲ୍ଲାପରିଷଦ ଶ୍ରୀ ଶିବ ବ୍ରତ ଦାସ ପ୍ରକାଶ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ସରପଞ୍ଚ ପ୍ରାଣକୃଷ୍ଣ ପ୍ରଧାନ, କୃଷକ ନେତା ଗଙ୍ଗାଧର ଖଟୁଆ, ଅବସରପ୍ରାପ୍ତ ପ୍ରଶାସକ ଧ୍ରୁବ ଚରଣ ସେଠୀ, ରାଜେନ୍ଦ୍ର ପ୍ରସାଦ ପ୍ରଧାନ, କୃଷକ ନେତା ଦୁର୍ଗାଚରଣ ସ୍ଵାଇଁ, କାଳିଓର ପୂର୍ବତନ ସରପଞ୍ଚ ବାବାଜୀ ଚରଣ ଜେନା, ଭାସ୍କର ପରିଡା, ଅଭୟ ପରିଡା, ବିସ୍ମୟ ମଲ୍ଲ, ଶରତ ମଲିକ୍, ପ୍ରତାପ ଚନ୍ଦ୍ର ରାଉତ, ଭଗବାନ ନାୟକ, ହରେକୃଷ୍ଣ ଦାସ, ଅରୁଣ କୁମାର ମହାରଣା, ଶିବ ଚରଣ ରାଉତ, ପ୍ରମୋଦ କୁମାର ସାହୁ, ଅନୀଳ ଦାଶ, ଅଭୟ ସାହୁ, ଲକ୍ଷୀଧର ପ୍ରଧାନ, ହୃଷିକେଶ ଲେଙ୍କା, ରବିନ୍ଦ୍ର କୁମାର ରାଉତ ପ୍ରଭୃତି ଉପସ୍ଥିତ ହୋଇ ସ୍ୱର୍ଗତ ଆତ୍ମାର ଗୁଣଗାନ କରିବା ସହିତ ଶୋକ ସନ୍ତପ୍ତ ପରିବାର ପ୍ରତି ସମବେଦନା ଜ୍ଞାପନ କରିଥିଲେ ।


