ତାତିଲେ ମହିଳା; ଭାଙ୍ଗିଲେ ଦେଶୀ ମଦ ଭାଟି

 କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକରେ ଦିନକୁ ଦିନ ଚୋରା ଦେଶୀ ଓ ବିଦେଶୀ ମଦ କାରବାର ବଢିବଢି ଚାଲିଥିବା ବେଳେ ଏହି ଚୋରା ମଦ କାରବାର ପାଇଁ ବିଭିନ୍ନ ପ୍ରକାର ଅପ୍ରତିକର ପରିସ୍ଥିତି ସୃଷ୍ଟି ହେଉଛି। ଏହି ଚୋରା ମଦ କାରବାରକୁ ଦମନ କରିବା ପାଇଁ ଫିରିଙ୍ଗିଆ ବ୍ଲକ ର ନୁଆଁପଦର ଏବଂ ଡିମିରିଗୁଡା ପଚାଂୟତ ଠାରେ ଗଠନ କରାଯାଇଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠିର ମହିଳା ମାନେ ଅଣ୍ଟା ଭିଡ଼ିଥିବା ବେଳେ ମହିଳା ମହାଶକ୍ତି ନାମରେ ଏକ ସଂଙ୍ଗଠନ ମଧ୍ୟ ଗଠନ କରାଯାଇଛି। ମହିଳା ସଂଙ୍ଗଠନକୁ ସାହାଯ୍ୟର ହାତ ବଢେଇଛନ୍ତି ଡିମିରିଗୁଡା ସଂଗ୍ରାମ ଯୁବକ ସଂଙ୍ଘ। ଗତ ୧୨ ତାରିଖ ଦିନ ଡିମିରିଗୁଡା ମା’ ପିତାବାଳୀ ମନ୍ଦୀର ପ୍ରାଙ୍ଗଣରେ ଏନେଇ ଏକ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିବା ବେଳେ ମଦ ପିଉଥିବା ଲୋକଙ୍କୁ ୫ ହଜାର ଓ ବିକ୍ରି କରୁଥିବା ଲୋକ ଙ୍କୁ ୧୦ ହଜାର ଟଙ୍କା ଜୋରିମାନା ସହ ପଞ୍ଚାୟତ  ସ୍ତରରେ ମିଳୁଥିବା ସୁବିଧାରୁ ବାଦ ପାଇଁ ମଧ୍ୟ ନିଷ୍ପତି ନିଆଯାଇଥିଲା। ତେବେ ଏହି ନିଷ୍ପତିକୁ ଅବମାନନା କରି ଡିମିରିଗୁଡା ଓ ନୁଆଁପଦର ଗ୍ରାମର କିଛି ଲୋକ ଖୋଲାଖୋଲି ଭାବେ ମଦ ପ୍ରସ୍ତୁତ କରିବା ସହ ବିକ୍ରି ମଧ୍ୟ କରୁଥିଲେ। ଏହି ଖବର ପାଇ ଯୁବକ ସଂଘର ସଭାପତି ରଘୁପତି କହଁର ଓ ବରିଷ୍ଠ ସଦସ୍ୟ ଶିବ ଭୁକ୍ତାଙ୍କ ନେତୃତ୍ୱରେ ଶତାଧିକ ମହିଳା ରାଜ ରାସ୍ତାକୁ ଓହ୍ଲାଇ ଆସି ଆନ୍ଦୋଳନ କରିବା ସହିତ ବିଭିନ୍ନ ଘରେ ଓ ଜଙ୍ଗଲରେ ଚଢଉ କରି  ପ୍ରାୟ ୪୦ ଲିଟର ଦେଶୀ ମଦ ଜବତ କରିବା ସହ  ମଦ ତିଆରି ସାମଗ୍ରି ହାଣ୍ଡି ମାଠିଆ ପୋଚ ସବୁ କୁ ନଷ୍ଟ କରିଦେଇଥିଲେ। ଏହାପରେ ଜବତ ହୋଇ ଥିବା ମଦ ଓ ମଦ ତିଆରି ସମଗ୍ରୀ ସବୁ ସ୍ଥାନୀୟ ଡିମିରି ଗୁଡା ପଞ୍ଚାୟତ ପ୍ରତିନିଧି ପ୍ରଦିପ କୁମାର କହଁରଙ୍କ ପାଖରେ ଜମା ଦେଇଥିଲେ। ଅନ୍ୟପଟେ ମହିଳା ମାନଙ୍କ ଏଭଳି ମଦବିରୋଧି ଆନ୍ଦୋଳନ ଅନଚଳର ବୁଦ୍ଧିଜୀବୀ ମହଲରେ ବେସ ପ୍ରଶଂସା କରାଯାଇଥିବା ବେଳେ ଚୋରା ମଦ କାରବାର କରିଚାଲିଥିବା ମଦ ମାଫିଆ ମାନଙ୍କ ମଧ୍ୟରେ ବର୍ତମାନ ଛନକା ପସିଯାଇଥିବା ଦେଖିବାକୁ ମିଳିଛି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ