ପେ।ଲ ତଳକୁ ଖସିଲା କାର ,୧ ଶିଶୁ ମୃତ
ବାଲେଶ୍ୱର ଜିଲ୍ଲା ୧୬ ନଂ ଜାତୀୟ ରାଜପଥ ଓଳିଆପାଟଣା ଛକ ନିକଟରେ ଥିବା ପୋଲ ତଳକୁ କାର ଖସି ଜଣେ ୨ ବର୍ଷର ଶିଶୁର ମୃତ୍ୟୁ ହୋଇଥô୍ବା ବେଳେ ୫ ଜଣ ଆହାତ ହୋଇଛନ୍ତି । ମିଳିଥିବା ଖବର ଅନୁଯାୟୀ ଦୁଇ ବନ୍ଧୁ ମିଶି ଏକ କାରଯୋଗେ ବାଲେଶ୍ୱର ଅଭିମୁଖେ ଯାଉଥିବା ସମୟରେ ହଠାତ୍ ଦୁଇଟି ଗାଇ କାର ସାମ୍ନାକୁ ଆସିଥିଲେ । ଏହା ପରେ କାର ଡ୍ରାଇଭର ଭାରସାମ୍ୟ ହରାଇ ପୋଲ ତଳକୁ ଓଲଟି ପଡିଥିଲା । ଏଥିରେ ଜଣେ ୨ ବର୍ଷର ଶିଶୁ ମୃତ୍ୟୁ ବରଣ କରିଥିବା ବେଳେ ୫ ଜଣ ଆହାତ ହୋଇଛନ୍ତି । ଆହାତ ମାନଙ୍କ ମଧ୍ୟରେ ଜଣେ ୬ ବର୍ଷର ଶିଶୁ ମଧ୍ୟ ଗୁରୁତର ରହିଛି । ଗୁରୁତର ଶିଶୁକୁ କଟକ ମେଡିକାଲ ସ୍ଥାନାନ୍ତରିତ କରାଯାଇଛି । ଦୂର୍ଘଟଣାର ଶୀକାର ହୋଇଥିବା ବ୍ୟକ୍ତି ମାନଙ୍କ ପରିଚୟ ସମବାୟ ସମିତିର ସରୋଜିନି ପୋଲାଇଙ୍କ ପରିବାର ବୋଲି ଜଣାପଡିଛି ।


