ବ୍ରହ୍ମପୁରଠାରେ ରଷ୍ଟ୍ରିୟ ଲୋକଅଦାଲତ ଅନୁଷ୍ଠିତ
ବ୍ରହ୍ମପୁର , (ଯୁଗାବ୍ଦ ନ୍ୟୁଜ) ରଷ୍ଟ୍ରିୟ ଆଇନ ସେବା ଓ ପ୍ରାଧିକରଣଙ୍କ ନିର୍ଦ୍ଦେଶାନୁଯାୟୀ ଗଞ୍ଜାମ ଜିଲ୍ା ଆଇନ ସେବା ପ୍ରାଧିକରଣ ଆନୁକୁଲ୍ୟରେ ୨୦୧୯ ବର୍ଷର ତୃତୀୟ ରଷ୍ଟ୍ରିୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଏହି ଲୋକ ଅଦାଲତରେ ବ୍ରହ୍ମପୁରଠାରେ ଥିବା ସମସ୍ତ କୋର୍ଟମାନଙ୍କ ସହ ଗଞ୍ଜାମ ଜିଲ୍ଲା ସ୍ଥିତ ସମସ୍ତ ତାଲୁକ ସ୍ତରୀୟ କୋର୍ଟ ମାନଙ୍କରେ ଅନୁଷ୍ଠିତ ହୋଇଯାଇଛି । ୪ଟି ବେଞ୍ଚ ମାଧ୍ୟମରେ ମୋଟ ୭୯ଟି ମୋଟର ଯାନ ଦୁର୍ଘଟଣା ଜନିତ କ୍ଷତିପୁରଣ ମାମଲାର ସମାଧାନ କରାଯାଇ କ୍ଷତିପୁରଣ ବାବଦକୁ ୧କୋଟି ୧୫ଲକ୍ଷ୬୨ହଜାର ଟଙ୍କା ଆଦେଶ ହୋଇଥିଲା । ଯେଉଁଥିରେ ୪ଟି ଜେନେରାଲ ଇନ୍ସୁରାନ୍ସ କମ୍ପାନୀ ଓ ଅନାନ୍ୟ ପ୍ରାଇଭେଟ ଇନ୍ସୁରାନ୍ସ କମ୍ପାନୀ ମାନେ ଭାଗ ନେଇଥିଲେ । ସେହିପରି ୧୦୧ଗୋଟି ପ୍ରି.ଲିଟିଗେସନ କେସ ସମାଧାନ ହୋଇ ୩କୋଟି ୨୭ ଲକ୍ଷ ୬୯ ହଜାର ୩୨୩ ଟଙ୍କା ପାଇଁ ଆଦେଶ ହୋଇଥିଲା । ଏହାସହ ୧୦୪ଗୋଟି ଫୌଜଦାରୀ ମକଦମା, ୫ଟି ଦେୱାନୀ ମକଦମା ଓ ୧୭ଟି ପାରିବାରିକ ମକଦମାର ବିଚାର କରାଯାଇଥିଲା । ଜିଲ୍ଲା ଜଜ୍ ତଥା ପ୍ରାଧିକରଣ ଅଧ୍ୟକ୍ଷ ଶ୍ରୀଯୁକ୍ତ ବିଭୁ ପ୍ରସାଦ ରାଉତରାୟଙ୍କ ଅଧ୍ୟକ୍ଷତା ଓ ପ୍ରାଧୀକରଣ ସଚୀବ ଶ୍ରୀଯୁକ୍ତ ବିଜୟ କୁମାର ଦାସଙ୍କ ପରିଚାଳନା ଦ୍ୱାରା ଏହି ଲୋକଅଦାଲତ ସୁଚାରୁରୁପେ ସଂପାଦନ ହୋଇଥିଲା ।


