ବୁଦ୍ଧାଦିତ୍ୟଙ୍କ ପ୍ରତ୍ୟାବର୍ତ୍ତନ

ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି । ୟା ଭିତରେ ବେଶ୍ କିଛି ମାସ ହେବ ତାଙ୍କୁ ବଡ଼ ପରଦାରେ ଦେଖିବାକୁ ମିଳି ନଥିଲା । କିନ୍ତୁ ଏବେ ସେ ପୁଣିଥରେ ଦର୍ଶକଙ୍କ ସାମ୍ନାକୁ ଆସୁଛନ୍ତି । ଫିଲ୍ମର ଟାଇଟଲ ରହିଛି ‘ରଙ୍ଗ ଲାଗିଛି ନୂଆ ନୂଆ’ । ସଞ୍ଜୟ ନାୟକଙ୍କ ନିର୍ଦ୍ଦେଶନାରେ ନିର୍ମିତ ହେବାକୁ ଯାଉଥିବା ଏହି ଚଳଚ୍ଚିତ୍ରର ଲିଡ଼ ରୋଲରେ ଅଭିନୟ କରିବେ ବୁଦ୍ଧାଦିତ୍ୟ । ଅବଶ୍ୟ ଏହାପୂର୍ବରୁ ‘ପାଗଳ କରିଛି ପାଉଁଚି ତୋର’ରେ ସେ ସଞ୍ଜୟଙ୍କ ସହ କାମ କରିସାରିଛନ୍ତି । ଫିଲ୍ମର କାହାଣୀରେ ଲଭ, ଇମୋଶନ, ଫ୍ୟାମିଲି ଡ଼୍ରାମା, ଆକ୍ସନ ମଧ୍ୟ ରହିଛି । ହେଲେ ଏଥର ବୁଦ୍ଧାଦିତ୍ୟଙ୍କ ଭୂମିକା ବେଶ୍ ଦମଦାର ବୋଲି କହନ୍ତି ନିର୍ଦ୍ଦେଶକ । ତାଙ୍କ ସହ ନାୟିକା ଭୂମିକାରେ କିଏ ଅଭିନୟ କରିବ ତାହା ଫାଇନାଲ ହୋଇନାହିଁ । ଏହି ଫିଲ୍ମର କାଷ୍ଟିଂରେ ବିଜୟ ମହାନ୍ତି, ମହେଶ୍ୱତା ରାୟ, ଅଭିଷେକ ରଥଙ୍କୁ ମଧ୍ୟ ଦେଖିବାକୁ ମିଳିବ । ଏହାର ସଂଳାପ ରଜନୀ ରଞ୍ଜନ ଲେଖିଥିବାବେଳେ ସଙ୍ଗୀତ ଦାୟିତ୍ୱରେ ଅଛନ୍ତି ଶାନ୍ତିରାଜ ଖୋସ୍ଲା । ଫିଲ୍ମ ସୁଟିଂ ଚଳିତମାସ ଶେଷ ଆଡ଼କୁ ଆରମ୍ଭ ହେବା ଯୋଜନା ରହିଛି ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ