ନୂତନ ଶିକ୍ଷା ନୀତି ୨୦୨୦ ନିମନ୍ତେ ଗଂଜାମ ଜିଲ୍ଲାପାଳଙ୍କୁ ଓଷ୍ଟାର ସ୍ମାରକ ପତ୍ର ପ୍ରଦାନ 

ଛତ୍ରପୁର,(ଦେବଦତ୍ତ ମହାରଣା): ଗଂଜାମ ଜିଲ୍ଲା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ତରଫରୁ ରାଜ୍ୟ ଓଷ୍ଟାର ଆହ୍ୱାନ କ୍ରମେ ନୂତନ ଶିକ୍ଷା ନୀତି -୨୦୨୦ର ପ୍ରତିବାଦ ନିମନ୍ତେ ବୁଧବାର ଓଷ୍ଟାର ଗଂଜାମ ଜିଲ୍ଲା ସଂପାଦକ ବିଜୟ କୁମାର ବେହେରାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଙ୍କୁ ଭେଟି ଭାରତର ରାଷ୍ଟପତି, ପ୍ରଧାନମନ୍ତ୍ରୀ, ଓଡିଶାର ମୁଖ୍ୟମନ୍ତ୍ରୀ ଓ ଗଣ ଶିକ୍ଷା ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଲିଖିତ ସ୍ମାରକ ପ୍ରଦାନ କରାଯାଇଛି । ଉକ୍ତ ଶିକ୍ଷା ନୀତିରେ ଅନେକ ବିଭ୍ରାଟ ରହିଅଛି । ଯାହାକି ଜନମତ କିମ୍ବା ସମୀକ୍ଷା କରାନଯାଇ ତରବରିଆ ଭାବେ କୋଭିଡ-୧୯ ରହିଥିବା ଭିତରେ ଭାରତ ସରକାର ଏହାକୁ ପ୍ରଚଳନ କରିଛନ୍ତି । ଯଦ୍ୱାରା ଶିକ୍ଷା , ଶିକ୍ଷାୟଣନ,  ଅଭିଭାବକ ଏହାଦ୍ୱାରା ପ୍ରଭାବିତ ହେବେ । ଏହାଦ୍ୱାରା ଶିକ୍ଷା ଘରୋଇକରଣ ଓ କର୍ପୋରେଟ୍ ସଂସ୍ଥାକୁ ଟେକି ଦେବାକୁ ସରକାର ପ୍ରୟାସ କରିଛନ୍ତି । ପ୍ରାଥମିକ ସ୍ତରରୁ ଆରମ୍ଭ କରି ମାଧ୍ୟମିକ ସ୍ତର ପର୍ଯ୍ୟନ୍ତ କୈାଣସି ଭିତ୍ତି ଭୂମି, ପରିମଳ ପରିଷ୍କାର ତାଲିମପ୍ରାପ୍ତ ଶିକ୍ଷକ ଶିକ୍ଷୟତ୍ରି ନଥାଇ ଏହାକୁ ପ୍ରଣୟନ ଫଳରେ ଗୁଣାତ୍ମକ ଶିକ୍ଷାର ସ୍ୱପ୍ନ ସାକାର ହୋଇ ପାରିବ ନାହିଁ ଏବଂ ଜନ ମଂଗଳ ରାଷ୍ଟ୍ରର ହିତ ସକାଶେ ଆବଶ୍ୟକ ଥିବା ବେଳେ କିନ୍ତୁ ଏହି ଦାୟିତ୍ୱ ଘରୋଇ ଅନୁଷ୍ଠାନ ମାନଙ୍କର ହାତକୁ ଟେକି ଦେଲା ଭଳି ମନେ ହେଉଛି । ଆଜିର ପ୍ରତିବାଦରେ ଜାତୀୟ ଆୟର ଶତକଡା ୬ପ୍ରତିଶତ ରୁ ୧୦ ପ୍ରତିଶତ ବୃଦ୍ଧି କରିବା ପାଇଁ ମାଧ୍ୟମିକ ଶିକ୍ଷକ ସଂଘ ଏହି ସ୍ମାରକ ପତ୍ର ମାଧ୍ୟମରେ କେନ୍ଦ୍ର ସରକାରଙ୍କ ନିକଟରେ ଦାବୀ ଉପସ୍ଥାପନ କରାଯାଇଛି । ଏହି ସ୍ମାରକ ପତ୍ର ପ୍ରଦାନ ବେଳେ ସଂଘର କାର୍ଯ୍ୟକାରି ସଭାପତି ବିଜୟ ଚନ୍ଦ୍ର ମହାରଣା, ଅଶୋକ କୁମାର ଦଳେଇ, ଭିକାରୀ ଗୈାଡ, କୈଳାଶ ବେହେରା, ଚନ୍ଦ୍ର ଭାନୁ ନାୟକ ଓ ରାଜେନ୍ଦ୍ର ପ୍ରସାଦ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ