ଆପାହାତୁ ରେଳ ସାଇଡିଂର ଗ୍ରାମବାସୀଙ୍କ ଲୋଡିଂ ଅର୍ଥକୁ ଆତ୍ମସାତ ଉଦ୍ୟମ ଅଭିଯୋଗ

ଯୋଡା, (ସମୀର କୁମାର ଦାସ) : କେନ୍ଦୁଝର ଜିଲ୍ଲା ଯୋଡା ଖଣି ମଣ୍ଡଳର ଜୁରୁଡି ସ୍ଥିତ ଏସେଲ୍ ମାଇନିଂ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ କମ୍ପାନୀର ଆପାହାତୁ ସ୍ଥିତ ରେଳ ସାଇଡିଂରେ ଗ୍ରାମବାସୀଙ୍କ ଲୋଡିଂ ଅର୍ଥକୁ ସ୍ଥାନୀୟ ଜଲହରି ସରପନ୍‌ଚ ବାଟ ମାରଣା କରିଥିବା ଅଭିଯୋଗ ହୋଇଛି । ଜଲହରି ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ ଜଣାପଡିଛି ଯେ, ଏସେଲ୍ ଖଣି କମ୍ପାନୀର ନିଜସ୍ୱ ଆପାହାତୁ ରେଳ ସାଇଡିଂରେ ର‌୍ୟାକ୍ ଲୋଡିଂ ଆରମ୍ଭ ହେବା ବେଳେ ସ୍ଥାନୀୟ ଜଲହରି ଗ୍ରାମପନ୍‌ଚାୟତ ବାସୀ ନିଯୁକ୍ତି, ଲୋଡିଂ ଓ ପରିବହନ କାର୍ଯ୍ୟ ଦାବିକରି ଆନ୍ଦୋଳନ କରିଥିଲେ । କମ୍ପାନୀ କର୍ତୃପକ୍ଷ ସ୍ଥାନୀୟ ସରପନ୍‌ଚ, ସମିତି ସଭ୍ୟ ଓ ସ୍ଥାନୀୟ କିଛି ନେତୃଶ୍ରେଣୀୟ ବ୍ୟକ୍ତି ବିଶେଷଙ୍କ ସହିତ ଆଲୋଚନା କରି ରେଳ ସାଇଡିଂରେ ର‌୍ୟାକରେ ପରିବହନ ହେଉଥିବା ଖଣିଜର ପ୍ରତି ମେଟ୍ରିକ ଟନ୍ ହିସାବରେ ସ୍ଥାନୀୟ ଲୋକଙ୍କୁ ଦିଆଯିବାର ଚୁକ୍ତି ହୋଇଥିଲା । ଏହି ଚୁକ୍ତି ଅନୁଯାୟୀ ପ୍ରତି ର‌୍ୟାକ୍‌ରେ ପରିବହନ ହେଉଥିବା ଖଣିଜର ୮ ଟଙ୍କା ପ୍ରତି ମେଟ୍ରିକ ଟନ୍ ହିସାବରେ କମ୍ପାନୀ ସରପନ୍‌ଚଙ୍କ ମାଧ୍ୟମରେ ଦେବାର ଚୁକ୍ତି କରିଥିଲା । ଗତ ପ୍ରାୟ କିଛି ମାସ ପୂର୍ବେ ସ୍ଥାନୀୟ ସରପନ୍‌ଚ ମିତା ମୁଣ୍ଡା କମ୍ପାନୀ ଠାରୁ ପ୍ରାୟ ୪୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଉଠାଇ ନେଇ ସ୍ଥାନୀୟ କିଛି ଗ୍ରାମବାସୀଙ୍କୁ ମାତ୍ର ୧ ହଜାର ଟଙ୍କା ଲେଖାଏଁ ଦେଇ ଏକ ନିର୍ଦ୍ଧିଷ୍ଟ ଦଳର ସମର୍ଥକଙ୍କୁ ୮ ହଜାର ଟଙ୍କା ଲେଖାଏଁ ବନ୍‌ଟନ କରିଥିବାରୁ ଏହାକୁ କେନ୍ଦ୍ରକରି ସ୍ଥାନୀୟ ଅଂଚଳରେ ଉତେଜନା ପ୍ରକାଶ ପାଇ ଟଙ୍କା ପାଇନଥିବା ଗ୍ରାମବାସୀ ମାନେ ସରପନ୍‌ଚଙ୍କୁ ପନ୍‌ଚାୟତ କାର୍ଯ୍ୟାଳୟରେ ଘେରି ମିଳିଥିବା ଟଙ୍କାର ହିସାବ କିତାବ ମାଗିଥିଲେ । ମାତ୍ର ସରପନ୍‌ଚ ସେମାନଙ୍କୁ କୌଣସି ହିସାବ କିତାବ ନଦେଇ ଗ୍ରାମବାସୀଙ୍କ ସ୍ୱରକୁ ଚପାଇ ଦେଇଥିଲେ । ଉକ୍ତ ଘଟଣା ପରେ ରେଳ ସାଇଡିଂରେ ପ୍ରାୟ ୬ ମାସ ହେବ ରେଳ ର‌୍ୟାକ୍ ପରିବହନ ହୋଇଛି । ଏହି ପରିବହନ ହୋଇଥିବା ର‌୍ୟାକ ର ଲୋଡିଂ ଅର୍ଥକୁ ସ୍ଥାନୀୟ ସରପନ୍‌ଚ କମ୍ପାନୀ ଠାରୁ ନେଇ ନିଜ ପାଖରେ ରଖି ଦୁର୍ଗାପୂଜାରେ ଲୋକଙ୍କୁ ବାନ୍ଟି ନଥିବା ସ୍ଥାନୀୟ ଆଇଟିସି ଗ୍ରାମର ଲାଦୁ ମୁଣ୍ଡା, ଅଭିଯୋଗ କରିଛନ୍ତି । ଜୁରୁଡି ଅଂଚଳର ବିଶିଷ୍ଠ ଶ୍ରମିକ ନେତା ତଥା ସଂଗଠକ ମହେନ୍ଦ୍ର କୁମାର ମହାନ୍ତି, ଓ ତାଙ୍କର ସମର୍ଥକ ମହେଶ୍ୱର ପାତ୍ର, ପ୍ରଭୁରଂଜନ ଶତପଥୀ ପ୍ରମୁଖ ଅଭିଯୋଗ କରିଛନ୍ତି ଯେ, ଆପାହାତୁ ରେଳ ଲୋଡିଂ ଅର୍ଥକୁ ପ୍ରଭାବିତ ସ୍ଥାନୀୟ ଗ୍ରାମବାସୀଙ୍କୁ ଦେବା ପରିବର୍ତେ ଏହାକୁ ଆତ୍ମସାତ କରିବା ଉଦ୍ଦେଶ୍ୟରେ କାହାକୁ ଜଣାଇ ନାହାନ୍ତି । ଏ ସମ୍ପର୍କରେ ଶ୍ରମିକ ନେତା ଜଲହରି ସରପନ୍‌ଚ ମିତା ମୁଣ୍ଡାଙ୍କୁ ପଚାରିବାରୁ ସରପନ୍‌ଚ କମ୍ପାନୀ ଠାରୁ ଉଠାଇଥିବା ଟଙ୍କା ସମ୍ପର୍କରେ ତଥ୍ୟ ନଦେଇ ଲୁଚାଉଥିବା ଅଭିଯୋଗ କରିଛନ୍ତି । ଆପାହାତୁ ରେଳ ସାଇଡିଂ ରେ ରେଳ ଲୋଡିଂ ଆରମ୍ଭ ହେବାଠାରୁ ଆଜି ପର୍ଯ୍ୟନ୍ତ ହୋଇଥିବା କାର୍ଯ୍ୟର ହିସାବ କିତାବ ରଖିବାକୁ ଅନୁରୋଧ କରିଥିଲେ ହେଁ ସରପନ୍‌ଚ ଏହାକୁ ଅଣଦେଖା କରୁଥିବା କହିଛନ୍ତି । ସ୍ଥାନୀୟ ସରପନ୍‌ଚ ମିତା ମୁଣ୍ଡା, ପୂର୍ବତନ ସରପନ୍‌ଚ ରାଧାକାନ୍ତ ନାଏକ ଓ ଏକ ନିର୍ଦ୍ଧିଷ୍ଟ ଦଳର କିଛି ସମର୍ଥକଙ୍କ ସହ ମିଶି ଏହି ଅର୍ଥ ହରିଲୁଟ୍ ଉଦ୍ୟମ କରାଯାଉଥିବା ସେ ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ଜଲହରି ସରପନ୍‌ଚ ମିତା ମୁଣ୍ଡା କୌଣସି ଉତର ଦେଇନଥିଲେ ହେଲେ ପୂର୍ବତନ ଜଲହରି ସରପନ୍‌ଚ ଇଂ ରାଧାକାନ୍ତ ନାଏକ ପ୍ରତିକ୍ରିୟା ଦେଇ କହିଥିଲେ ଯେ, ଏ ବାବଦରେ ସେ ଅନଭିଜ୍ଞ ତାଙ୍କ ନାମରେ ମିଥ୍ୟା ଅପପ୍ରଚାର କରାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ