ହାଥରସ୍‌ ଗଣଦୁଷ୍କର୍ମ-ହତ୍ୟା ମାମଲାର ବିଚାର

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ହାଥରସ ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ବିଚାର ପାଇଁ ଆଲ୍ଲାବାଦ୍‌ ହାଇକୋର୍ଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମ୍‌କୋର୍ଟ। ଏହି ମାମଲାର ଯାଞ୍ଚ୍‌ ସିବିଆଇ କରୁଥିବା ବେଳେ ଆଲ୍ଲାବାଦ୍‌ ହାଇକୋର୍ଟଙ୍କୁ ଏହାର ତଦାରଖ କରିବାକୁ ନିିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମ୍‌କୋର୍ଟ। ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଏସ୍‌ଏ ବୋବ୍‌ଡେ ନେତୃତ୍ବାଧୀନ ଏକ ୩ ଜଣିଆ ଖଣ୍ଡପୀଠରେ ପୀଡ଼ିତାଙ୍କ ପରିବାର ତଥା ସାକ୍ଷୀଙ୍କ ସୁରକ୍ଷା ସମେତ ମାମଲାର ସମସ୍ତ ଦିଗ ଆଲ୍ଲାବାଦ୍‌ ହାଇକୋର୍ଟ ତୁଲାଇବେ ବୋଲି କୁହାଯାଇଛି। ମାମଲାର ସ୍ଥିତି ସଂପର୍କରେ ସମସ୍ତ ତଥ୍ୟ ଆଲ୍ଲାବାଦ୍‌ ହାଇକୋର୍ଟରେ ଦାଖଲ କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି | ଏହି ମାମଲାକୁ ଦିଲ୍ଲୀ ହସ୍ତାନ୍ତର କରିବା ଆବେଦନକୁ ଅଦାଲତ ଖାରଜ କରି ଦେଇଛନ୍ତି। ସୁପ୍ରିମ୍‌କୋର୍ଟ କହିଛନ୍ତି ଯେ ସିବିଆଇ ଘଟଣାର ତଦନ୍ତ କରୁଥିବାରୁ ଏହାକୁ ନେଇ ମନରେ କୌଣସି ଭୟ ନରହିବା ଉଚିତ। ସିବିଆଇ ଘଟଣାର ଯାଞ୍ଚ୍‌ କରୁଥିବା କାରଣରୁ ସ୍ଥାନୀୟ ପୁଲିସ୍‌ ହସ୍ତକ୍ଷେପର ବି କୌଣସି ଆବଶ୍ୟକତା ନାହିଁ। ଏହାବ୍ୟତୀତ ସଲିସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କ ଅନୁରୋଧକୁ ଗ୍ରହଣ କରି ସର୍ବୋଚ୍ଚ ନ୍ୟାୟାଳୟ ଆଲ୍ଲାବାଦ୍‌ ହାଇକୋର୍ଟଙ୍କୁ ପୀଡ଼ିତାଙ୍କ ନାମ ଗୋପନ ରଖିବାକୁ କହିଛନ୍ତି । ମାମଲାର ଶୁଣାଣି ସମୟରେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଉତ୍ତରପ୍ରଦେଶ ସରକାରଙ୍କ ଦ୍ୱାରା ସର୍ବୋଚ୍ଚ ଅଦାଲତରେ ଦାଖଲ ହୋଇଥିବା ଆଫିଡେଭିଟକୁ ଉଲ୍ଲେଖ କରିଥିଲେ ଯାହାକି ପୀଡ଼ିତାଙ୍କ ପରିବାର ଏବଂ ଏହି ମାମଲାରେ ସାକ୍ଷୀମାନଙ୍କୁ ଦିଆଯାଇଥିବା ସୁରକ୍ଷା ବିଷୟରେ ସବିଶେଷ ତଥ୍ୟ ରହିଥିବା ଦେଖିବାକୁ ମିଳିଥିଲା । ଉଲ୍ଲେଖଯୋଗ୍ୟ, ହାଥରସ ଗଣଦୁଷ୍କର୍ମ ଓ ହତ୍ୟା ମାମଲାକୁ ନେଇ ବିରୋଧୀମାନେ ତୀବ୍ର ସମଲୋଚନା କରିବା ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ମାମଲାର ସିବିଆଇ ତଦନ୍ତ ପାଇଁ ସୁପାରିଶ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ