ଫିରିଙ୍ଗିଆ ବ୍ଲକ ବିଜେଡି ପକ୍ଷରୁ କରୋନା ସଚେତନତା କାର୍ଯ୍ୟକ୍ରମ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):ମହାମାରୀ କରୋନାକୁ ମୁଳପୋଛ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଆକ୍ଟୋବର ୨ ଗାନ୍ଧୀଜୟନ୍ତୀଠାରୁ ନଭେମ୍ବର ୨ ପର୍ଯ୍ୟନ୍ତ କେରୋନା ସଚେତନାତା କାର୍ଯ୍ୟକ୍ରମ ଜାରି ରହିଛି। ଏହି ପରିପ୍ରେକ୍ଷୀରେ କନ୍ଧମାଳଜିଲ୍ଲା ଫିରିଙ୍ଗିଆ ଫିରିଙ୍ଗିଆଠାରେ ସ୍ଥାନୀୟ ବିଜେଡ଼ି ପକ୍ଷରୁ ଏହି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପଂଚାୟତ ଅଧ୍ୟକ୍ଷ ଲାଲନନ୍ଦା ପ୍ରଧାନଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲା ଯୁବ ବିଜେଡ଼ି ସଭାପତି ବିଷ୍ଣୁଚରଣ ମଲ୍ଲିକ, ଜିଲା ପରିଷଦ ଉପାଧ୍ୟକ୍ଷା ସାରତି ମଲ୍ଲିକ, ଜିଲ୍ଲାପରିଷଦ ସଭ୍ୟ ଜୟଶ୍ରୀ କହଁର, ଜିଲା ଛାତ୍ର ସଭାପତି ସୁନିଲ୍‍ କୁମାର ସେଠୀ, ଦକ୍ଷିଣ ଓଡ଼ିଶା ଯୁବ ଛାତ୍ର ସଂପାଦକ ଶତୃଘନ ମହାନନ୍ଦିଆ, ଯୁବନେତା ପ୍ରକଶ କୁମାର ରଣା, ମିଟୁ ନାଏକ, ଶଙ୍କର ପ୍ରଧାନ, ଧୃବ ଚରଣ ନାଏକ, ବରିଷ୍ଠ ବିଜେଡ଼ି ନେତା ପ୍ରମୋଦ କୁମାର ସିଓ, ଫିରିଙ୍ଗିଆ ପଂଚାୟତ ସମିତିସଭ୍ୟ ପ୍ରତାପ ସାହୁଙ୍କ ସମେତ ବହୁ ବିଜେଡ଼ି ନେତା ଓ କର୍ମୀମାନେ ସାମିଲ୍‍ ହୋଇ ବ୍ଲକ ଛକଠାରୁ ଏକ ଶୋଭାଯାତ୍ରାରେ ବାହାରି ଫିରିଙ୍ଗିଆ ସହର ପରିକ୍ରମା କରିବା ସହିତ ବହୁ ବ୍ୟକ୍ତିଙ୍କ କରୋନା ନେଇ ସଚେତନ କରିବା ସହିତ ମାକ୍ସ ପ୍ରଦାନ କରିଥିଲେ। ଶୋଭାଯାତ୍ରା ପରେ ସମସ୍ତେ ମା ପିତାବଳୀଙ୍କ ମନ୍ଦିରରେ ପହଁଚି ସେଠାର ଉପସ୍ଥିତ ଜନତାଙ୍କୁ ମଧ୍ୟ ମାକ୍ସ ପ୍ରଦାନ କରିବା ସହିତ ସାମାଜିକ ଦୂରତା ବଜାୟ ରଖିବା, ବାରମ୍ବାର ହାତ ଧୋଇବା ଓ ନିଜେ ସୁରକ୍ଷିତ ରହିବା ସହିତ ଅନ୍ୟକୁ ସୁରକ୍ଷିତ ରଖିବା ଉପରେ ପରାମର୍ଶ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ