ଶହୀଦ୍‌ଙ୍କୁ ଶ୍ରଦ୍ଧାଞ୍ଜଳୀ ଏବଂ ପରିବାରଙ୍କୁ ସମବେଦନା ଜଣାଇଲେ ଗଞ୍ଜାମ ପୁଲିସ

ଛତ୍ରପୁର,(ଦେବଦତ୍ତ ମହାରଣା): ଶହୀଦ୍ ସପ୍ତାହ ଅବସରରେ ଗଂଜାମ ପୁଲିସ ପକ୍ଷରୁ କାର୍ଯ୍ୟରତ ସମୟରେ ମୃତ୍ୟୁବରଣ କରିଥିବା ତଥା ଶହିଦ୍ ହୋଇଥିବା ପୁଲିସ କର୍ମଚରୀଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇବା ସହ ଶହିଦ୍‌ଙ୍କ ପରିବାରଙ୍କୁ ସମବେଦନା ଜ୍ଞାପନ କରାଯାଇଛି । ୨୦୦୪ ମସିହାରେ ଛତ୍ରପୁର ସ୍ଥିତ କଲେଜ ଛକ ୧୬ ନମ୍ବର ଜାତୀୟ ରାଜପଥ ଠାରେ ଏକ ମର୍ମହୃତ ଦୁର୍ଘଟଣାରେ କାର୍ଯ୍ୟରତ ପୁଲିସ କର୍ମଚାରୀ ତଥା ଆସିଷ୍ଟାଣ୍ଟ ଡ୍ରାଇଭର ସୁବାସ ଚନ୍ଦ୍ର ଭୋଳଙ୍କ ମୃତ୍ୟୁ ହୋଇଥିଲା । ଶହିଦ୍ ସପ୍ତାହ ଅବସରରେ ଗଞ୍ଜାମ ଏସ୍‌ପି ବ୍ରିଜେଶ କୁମାର ରାଏଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆସିଷ୍ଟାଣ୍ଟ କମାଣ୍ଡେଣ୍ଟ ମାନଓ ରଞ୍ଜନ ମହାନ୍ତି, ଏସ୍‌ଡିପିଓ ଗୌତମ କିଷାନ୍ ଓ ଛତ୍ରପୁର ଥାନା ଅଧିକାରୀ ପ୍ରିୟସ୍ ରଂଜନ ଛୋଟରାୟ ପ୍ରମୁଖ ଶହିଦ୍ ହୋଇଥିବା ପୁଲିସ କର୍ମଚାରୀ ଆସିଷ୍ଟାଣ୍ଟ ଡ୍ରାଇଭର ସ୍ୱର୍ଗତ ଭୋଳଙ୍କ ବାସଭବନ ଛତ୍ରପୁର ସ୍ଥିତ ସାଇନଗର ପ୍ରଥମ ଲାଇନ୍‌କୁ ଗସ୍ତ କରି ଶହିଦ୍ ଭୋଳଙ୍କ ତୈଳ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜଣାଇବା ସହ ଶହିଦ୍ ପୁଲିସ କର୍ମଚାରୀଙ୍କ ପରିବାରକୁ ସମବେଦନା ଜଣାଇଥିଲେ । ସ୍ୱର୍ଗତ ପୁଲିସ କର୍ମଚାରୀଙ୍କ ପତ୍ନୀ ସୁଶୀଳା ଭୋଳ, ୪ ଝିଅ ମାମିନୀ, ଝିଲି, ନୀଲି ଓ ସିଲି ଏବଂ ଏକମାତ୍ର ପୁତ୍ର ରାଜ କୁମାର ପ୍ରମୁଖ ଉପସ୍ଥିତ ଥିଲେ । ସ୍ୱର୍ଗତ ପୁଲିସ କର୍ମଚାରୀଙ୍କ ତୃତୀୟ ନମ୍ବର ଝିଅ ନୀଲି (ବି-କମ୍‌) ପାସ୍ କରିଥିବା ସତ୍ତ୍ୱେ ୨୦୧୨ ମସିହାରୁ ଚାକିରି ପାଇଁ ଆବେଦନ କରିଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ମିଳିନାହିଁ ବୋଲି ପୁଲିସ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ