ଗୁରୁ ଦକ୍ଷିଣା ଉତ୍ସବର ଦ୍ୱିତୀୟ ସନ୍ଧ୍ୟା
ଭୁବନେଶ୍ୱର, : କୋଲକତାର ରିମ୍ପା ଶିବାଙ୍କ ତବଲା ବାଦନ ଆଜି ରବୀନ୍ଦ୍ର ମଣ୍ଡପଠାରେ ଉପସ୍ଥିତ ଥିବା ଭରପୁର ଦର୍ଶକଙ୍କୁ ବିମୋହିତ କରିଦେଇଥିଲା । ଅବସରଟି ଥିଲା ୧୪ତମ ଗୁରୁ ଦକ୍ଷିଣା ଉତ୍ସବର ଦ୍ୱିତୀୟ ସନ୍ଧ୍ୟା । ପରେ ଭିନ୍ନକ୍ଷମ କଳାକାର ହରିହର ଦେ ଏକ ସେମିକ୍ଲାସିକାଲ ନୃତ୍ୟ ମାଧ୍ୟମରେ ଜୀବନ ଅଭିନୟ ଛାପ ଛାଡ଼ି ଦେଇଥିଲେ ଦର୍ଶକଙ୍କ ମନରେ । ପରେ ପରେ ବାଙ୍ଗାଲୁରରୁ ଆସିଥିବା ନୃତ୍ୟଶିଳ୍ପୀ ଲୀନା ମହାନ୍ତି ଓ ନେହା ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ । ତାପରେ ଭୁବନେଶ୍ୱରର ନୁପୁର ଅନୁଷ୍ଠାନର କଳାକାରମାନେ ଓଡ଼ିଶୀ ଓ ସମ୍ବଲପୁରୀ ନୃତ୍ୟ ପରିବେଷଣ କରି ଦର୍ଶକଙ୍କ ମନ ମୋହିଥିଲେ । ଆଜିର ସନ୍ଧ୍ୟାରେ ମୁଖ୍ୟଅତିଥି ଭାବରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଯୋଗ ଦେଇଥିବା ବେଳେ ବରେଣ୍ୟ ଅତିଥିଭାବେ ଗୁରୁ ରାମହରି ଦାସ, ଗୁରୁ ଧନେଶ୍ୱର ସ୍ୱାଇଁ, ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ସେବାର ଅଧିକାରୀ ଅଶୋକ ତ୍ରିପାଠୀ, ଗବେଷକ ଚିତ୍ତରଞ୍ଜନ ମଲିଆ, ଏସେ.କେ. ଟାମୋଟିଆ ପ୍ରମୁଖ ଯୋଗଦେଇ କଳାକାରମାନଙ୍କୁ ଉତ୍ସାହିତ କରିଥିଲେ । କଳାଶ୍ରମର ଉପଦେଷ୍ଟା ମନୋଜ ଦାସ କାର୍ଯ୍ୟକ୍ରମକୁ ପରି•ଳନା କରିଥିବା ବେଳେ ଡଃ ମୃତ୍ୟୁଞ୍ଜୟ ରଥ ସଂଯୋଜନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କଳାଶ୍ରମର ସମ୍ପାଦକ ଗୁରୁ ନିତ୍ୟାନନ୍ଦ ଦାସ, ଗୁରୁ ଗଜେନ୍ଦ୍ର ପଣ୍ଡା, ଗୁରୁ ବିଜୟ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।


