ଓଡିଶା ଇତିହାସ ର ସେହି ପ୍ରଳୟଙ୍କରୀ “ଅଧ୍ୟାୟ ୧୯୯୯”କୁ ମନେପକାଇ ସ୍ମୃତି ସଭା

ତିର୍ତ୍ତୋଲ, (ଅଭିଷେକ ତ୍ରିପାଠୀ):୨୯ ଅକ୍ଟୋବର ଆଜିର ଏହି ଦିନରେ ଏହା ଏକ ଅଭୁଲା ଦିନ. ଓଡିଶା ଦେଖିଥିଲା ଏହି ଇତିହାସ ରଚିଥିବା ପ୍ରଳୟଙ୍କରୀ ମହାବାତ୍ୟା ଖାଲି ଓଡିଶା କ,ଣ ସାରା ଭାରତ ଜାଣିଛି ଏହି ମହାବାତ୍ୟା କୁ ଆଉ ଭଲରେ ଜାଣିଛି ଜଗତସିଂହପୁର ଜିଲ୍ଲାର ଏରସମା ବ୍ଲକ କୁ ବର୍ଷା ର ପ୍ରକୋପ ପବନର ତାଣ୍ଡବ ସାଙ୍ଗକୁ ସମୁଦ୍ର ର ଜୁଆର ବଦଳେଇ ଦେଇଥିବା ଓଡ଼ିଶାର ଚିତ୍ର ଆଉ ଜଗତସିଂହପୁର ଜିଲ୍ଲା ବାସୀଙ୍କ ଦୁଃଖକୁ ବଢେଇବା ସହ ନେଇଛି ୧୦ ହଜାର ରୁ ଅଧିକ ଜୀବନ ବିତିଯାଇଛି ଦିନ ହେଲେ ରହିଯାଇଛି ଚି଼ହ୍ନ. ହେଲେ ସେ ଚି଼ହ୍ନ ଖୁସି କି ଉଲ୍ଲାସ ର ଦିନ ନୁହଁ ବରଂ ଦୁଃଖ ବିଷାଦ ର ଟିକେ ରାହା ସେଦିନ ଥିଲା ୨୯ ଅକ୍ଟୋବର୧୯୯୯ ଗୋଟେ ଦିନ ପୂର୍ବରୁ ଶାନ୍ତ ଓ ଶୋଭାବଢ଼େଇ ଆସୁଥିବା ଜଗତସିଂହପୁର ଜିଲ୍ଲା ର ଚିତ୍ର ହଠାତ ହୋଇ ଉଠିଲା କମ୍ପିତ ଥର ହର, ଜିଲ୍ଲାର ଭୃ ଭାଗ କୁ ମାଡି ଆସୁଥାଏ ରାକ୍ଷସ ରୂପିବାତ୍ୟା, ସମେସ୍ତେ ଜାଣିଥିଲେ ବାତ୍ୟା ଆସୁଛି ତାହା କେତେ ଭୟଙ୍କର ତାହା କେତେ ପିପାସୁ କେତେ ଭୟଙ୍କର ପାଣିପାଗ ବିଭାଗର ସମସ୍ତ ସୂଚନା କୁ ଭୁଲ ପ୍ରମାଣ କରି ମହାବାତ୍ୟା ୩ ଦିନ ରଚିଥିଲା ତାଣ୍ଡବ ଏହି ବାତ୍ୟା ର ପ୍ରକୋପ ରେ ନେଇଥିଲା ୧୦ହଜାର ରୁ ଜୀବନ | ୨୬୦କିମି ପବନ ସାଙ୍ଗକୁ ପ୍ରବଳ ବର୍ଷା ଓ ଜୁଆର ବନ୍ୟା ରେ ଏରସମା ଅଞ୍ଚଳ ର ଲୋକ ତ୍ରାହି ତ୍ରାହି ଡାକୁଥିଲେ |ବିତହସ୍ତ ହୋଇ ଲୋକ ଏଣେ ତେଣେ ଦୌଡୁଥିଲେ ନିଜେ ନିଜକୁ ବଞ୍ଚାଇବା ପାଇଁ ଆପ୍ରାଣ ଉଦ୍ୟମ କରୁଥିଲେ କାହାର ଚାଳଘର ଆକାଶରେ ଉଡୁଥାଏ ତ ଗୃହ ପାଳିତ ପଶୁ ପାଣିରେ ଭାସି ଯାଉ ଥାଏ ସଭିଏଁ ମୃତ୍ୟୁ କୁ ପାଖରେ ଦେଖୁଥିଲେ ମଧ୍ୟ ବଞ୍ଚିବା ପାଇଁ ଦମ୍ଭ ଭିଡ଼ିବାକୁ ବାଧ୍ୟ କରୁଥିଲା. ଆଜି ସେଇ ମହା ବାତ୍ୟା କୁ ୨୧ ବର୍ଷ ପୁରିଛି ଆଜି ବି ଏରସମା ବାସୀ କଣ ଜଗତସିଂହପୁର ଜିଲ୍ଲା ବାସୀ ହରେଇଥିବା ତାଙ୍କ ପ୍ରିୟଜନ ଆତ୍ମୀୟ ମାନଙ୍କୁ ଝୁରି ହେଉଛନ୍ତି. ଆଉ ତାଙ୍କ ପାଇଁ ଲୁହ ଢ଼ାଳୁଛନ୍ତି ଏରସମା ର ଜପା, ଆମ୍ବିକି ଗୋଡ଼ା, ଗଡ଼ବିଷନ ପୁର, ଚାଉଳିଆ, ଅନ୍ଧାରି, ଆଦି ଅନେକ ଅଞ୍ଚଳ ର ବହୁ ପରିବାର ମାଟିରେ ଲୀନ ହୋଇଛି ତଥାପି ସଂଗ୍ରାମ କରି ମଣିଷ ପୁଣି ଗଢି ତୋଳିଛି ତାର ସୁନାର ସଂସାର ଆଜି ଏରସମା ସଚେତନ ନାଗରିକ ମଞ୍ଚ ପକ୍ଷରୁ ମହାବାତ୍ୟାର ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି, ଏଥିରେ ସଭାପତି ପ୍ରବୀର ପଣ୍ଡା, ସମ୍ପାଦକ ଜ୍ଞାନରଞ୍ଜନ ଦାସ, ସରୋଜ ବେହେରା, ଉମାକାନ୍ତ ତରାଇ, ନିବାରଣ ନାୟକ, ସତ୍ୟଭୂଷଣ ତରାଇ, ଜୟନ୍ତ ସେଠି, ଉମେଶ ଖଟୁଆ, ଅର୍ଜୁନ କୁମାର ପ୍ରମୁଖ ସଭାରେ ଉପସ୍ଥିତ ଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ