ଟେମରା ଠାରେ କଂଗ୍ରେସର ଦସ୍ତଖତ ଅଭିଯାନ ଆରମ୍ଭ

କଳାହାଣ୍ଡି,(ୱାଇଏନ୍ଏସ୍): ଭାରତୀୟ ଜାତୀୟ କଂଗ୍ରେସ କେନ୍ଦ୍ର ସରକାରଙ୍କ ଚାଷୀ ବିରୋଧୀ ବିଲ ପ୍ରତ୍ୟାହାର କୃଷି ଋଣ ଛାଡ ଧାନ ଦର ବୃଦ୍ଧିକୁ ନେଇ ଦସ୍ତଖତ ଅଭିଯାନ ଆରମ୍ଭ ଅବସରରେ କୋକସରା ବ୍ଲକ ଟେମରା ଦୁର୍ଗା ମଣ୍ଡପ ଠାରେ ବ୍ଲକ ସଭାପତି ରାଜେନ୍ଦ୍ର ନାଏକ ଙ୍କ ଅଧ୍ୟକ୍ଷତାରେ ଦସ୍ତଖତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଦସ୍ତଖତ ଅଭିଯାନ କୋକସରା ବ୍ଲକରେ ପ୍ରତି ପଞ୍ଚୟତରେ କରିବ କଂଗ୍ରେସ କେନ୍ଦ୍ରର କୃଷି ବିରୋଧୀ ବିଲ ଅଭିଯାନକୁ ତୃଣମୁଳ ସ୍ତରରେ ସମର୍ଥନ ମିଳିବ ବୋଳି ଉପସ୍ଥିତ ବକ୍ତା ମାନେ ମତ ରଖିଥିଲେ ବ୍ଳକ୍ କଂଗ୍ରେସ କମିଟି ସଭାପତି ରାଜେନ୍ଦ୍ର ନାଏକଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା | ଏହି ଅଭିଯାନରେ ସମସ୍ତ କଂଗ୍ରେସ କର୍ମୀ ଓ ଚାଷୀ ଯୋଗ ଦେଇଥିଲେ ଏଥିରେ ରାଜେନ୍ଦ୍ର ନାଏକ, ତ୍ରିଭୁବନ ନାଏକ ଅରୁଣ ମାଝି ଧନବଲ ତ୍ରିଲୋଚନ ମହାନନ୍ଦ ନାରିନେତ୍ରୀ ଫୁଲତୋଳା ଖମାରି ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ