ଫୁଲବାଣୀରେ ଆଡମ୍ବର ସହକାରେ ଗଜଲକ୍ଷ୍ମୀଙ୍କ ବିସର୍ଜନ
କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ଫୁଲବାଣୀରେ ବିଡ଼ା ଆଡ଼ମ୍ବର ସହିତ ଗଜଲକ୍ଷ୍ମୀ ମୂର୍ତ୍ତି ବିସର୍ଜନ ହୋଇଯାଇଛି । କୋଭିଡ଼୍ ନିୟମ ପ୍ରକାରେ ଏହି ବିସର୍ଜନ ହୋଇଥିବା ବେଳେ ଏହା ସଂପୂର୍ଣ୍ଣଭାବେ ବିନା ଆଡମ୍ବର କରାଯାଇଛି । ସହରର ସର୍ବପୁରାତନ ଲକ୍ଷ୍ମୀ ମାର୍କେଟରେ ଦୀର୍ଘବର୍ଷ ଧରି ବହୁ ଜାକଜକମରେ ଦୀର୍ଘ ୧୦ ଦିନ ଧରି ପୂଜା ଅନୁଷ୍ଠିତ ହେଉଥିବା ବେଳେ ଚଳିତ ବର୍ଷ କୋଭିଡ଼୍ କଟକଣା ଯୋଗୁଁ କେବଳ ପରମ୍ପରା ପ୍ରକାରେ ପୂଜାକରାଯାଇଥିଲା। ଆଜି ଚାଇନା ମାର୍କେଟ ପୂଜା କମିଟି ତରଫରୁ କୌଣସି ପଟୁଆର କରାନଯାଇ କେବଳ ମାଙ୍କର ମୃଣ୍ମୟୀ ମୁର୍ତିକୁ ନେଇ ସ୍ଥାନୀୟ କଲେଜ ଛକଠାରେ ଥିବା ସାଲୁଙ୍କୀ ନଦୀରେ ବିସର୍ଜିତ କରାଯାଇଛି । ଏଥିରେ ପୂଜା କମିଟିର ସଭାପତି ସୁରେଶ କୁମାର ମହାନ୍ତି, ସମ୍ପାଦକ ରାଜୀବଲୋଚନ ମହାନ୍ତି,ମାନସରଞ୍ଜନ ପାତ୍ର ଓ ସନ୍ତୋଷ କୁମାର ମହାନ୍ତିଙ୍କ ସମତେ କମିଟିର ଅନ୍ୟ କର୍ମକର୍ତା ମାନେ ସାମିଲ୍ ହୋଇଥିଲେ। ପରେ ସେଠାରେ ମାଙ୍କର ଅନ୍ନ ପ୍ରସାଦ ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟରେ ଦେବୀପ୍ରସାଦ ଶତପଥି,ଅଖିଳ ମହାନ୍ତି,ଅଶୋକ ସାହୁ,ଉମେଶ ପ୍ରସାଦ ପାତ୍ର ଓ ଅନ୍ୟମାନେ ସହାୟତା କରିଥିଲେ।


