ଆଇଫା ଆୱାର୍ଡ ୨୦୧୯ : ଶ୍ରେଷ୍ଠ ଅଭିନେତା ରଣବୀର୍ ସିଂହ, ଶ୍ରେଷ୍ଠ ଅଭିନେତ୍ରୀ ଆଲିଆ ଭଟ୍ଟ
ନୂଆଦିଲ୍ଲୀ: ପିଲ୍ମ ଇଣ୍ଡଷ୍ଟ୍ରୀର ସବୁଠାରୁ ବଡ଼? ଆୱାର୍ଡ ଶୋ “ଇଣ୍ଟରନ୍ୟାସନାଲ୍ ଇଣ୍ଡିଆନ୍ ଫିଲ୍ମ ଏକାଡେମୀ(ଆଇଫା)’ ଆୟାଜିତ ହୋଇଯାଇଛି । ଏହା ସହିତ ଆଇଫା ଏହାର ୨୦ ବର୍ଷ ପୂର୍ତ୍ତି ଉତ୍ସବ ମଧ୍ୟ ପାଳନ କରିଥିଲା । ଏଥିରେ ବଲିଉଡର ଷ୍ଟାଇଲିସ୍ ଓ ଫ୍ୟାଶନେବଲ୍ ସେଲେବ୍ରିଟିଙ୍କୁ ଦେଖିବାକୁ ମିଳିଥିଲା ।
ତେବେ କେଉଁମାନଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଓ ଶ୍ରେଷ୍ଠ ଅଭିନେତା ଆୱାର୍ଡ ମିଳିଛି ଆସନ୍ତୁ ଜାଣିବା ।
ଶ୍ରେଷ୍ଠ ଫିଲ୍ମ – ମେଘନା ଗୁଲଜାର୍ (ରାଜି)
ଶ୍ରେଷ୍ଠ ଅଭିନେତ୍ରୀ – ଆଲିଆ ଭଟ୍ଟ (ରାଜି)
ଶ୍ରେଷ୍ଠ ଅଭିନେତା- ରଣବୀର୍ ସିଂହ (ପଦ୍ମାବତ୍)
ଶ୍ରେଷ୍ଠ ନିର୍ଦ୍ଦେଶକ – ଶ୍ରୀରାମ ରାଘବନ୍(ଅନ୍ଧାଧୁନ୍)
ଶ୍ରେଷ୍ଠ ସହଅଭିନେତ୍ରୀ- ଆଦିତି ରାଓ ହାଇଦରୀ (ପଦ୍ମାବତ୍)
ଶ୍ରେଷ୍ଠ ସହଅଭିନେତା – ବିକି କୌଶଲ୍ (ସଞ୍ଜୁ)
ଶ୍ରେଷ୍ଠ ଡେବ୍ୟୁ ଅଭିନେତ୍ରୀ – ସାରା ଅଲ୍ଲୀ ଖାନ୍ (କେଦାରନାଥ)
ଶ୍ରେଷ୍ଠ ଡେବ୍ୟୁ ଅଭିନେତା- ଇଶାନ୍ ଖଟ୍ଟର (ଧଡକ୍ ଓ ବିୟଣ୍ଡ୍ ଦ କ୍ଲାଉଡସ୍)
ଶ୍ରେଷ୍ଠ ଷ୍ଟାରୀ- ଶ୍ରୀରାମ ରାଘବନ୍ (ଅନ୍ଧାଧୁନ୍), ପୂଜା ଲାଧି ଶ୍ରୁତି, ଅରିଜିତ ବିଶ୍ୱାସ, ଯୋଗେଶ ଚନ୍ଦ୍ର, ହେମନ୍ତ ରାଓ
ଶ୍ରେଷ୍ଠ ସଙ୍ଗୀତ – ସାନୁ କେ ଟିଟୁ କି ସ୍ୱିଟି
ଶ୍ରେଷ୍ଠ ଗୀତିକାର – ଅମିତାଭ ଭଟ୍ଟାଚାର୍ଯ୍ୟ (ଧଡକ୍)
ଶ୍ରେଷ୍ଠ ପ୍ଲେ ବ୍ୟାକ୍ ସିଙ୍ଗର୍ – ଅରିଜିତ୍ ସିଂ, ରାଜି (ଏ ବତନ୍)
ଲାଇଫ୍ ଟାଇମ୍ ଆଚିଭମେଣ୍ଟ ଆୱାର୍ଡ – କମେଡିଆନ୍ ଜଗଦୀପ୍ ଜାଫେରୀ
ଆଇଫା ସ୍ପେଶାଲ୍ ଆୱାର୍ଡ
ଏହିସବୁ ଆୱାର୍ଡ ବ୍ୟତୀତ ଆଇଫାର ୨୦ ବର୍ଷ ପୂର୍ତ୍ତି ଉପଲକ୍ଷେ ୫ଟି ନୂଆ ଆୱାର୍ଡ ଲଞ୍ଚ୍ କରାଯାଇଛି । ଏଥିରେ ବିଗତ ୨୦ ବର୍ଷ ମଧ୍ୟରେ ବଲିଉଡ଼ରେ କାମ କରିଥିବା ଅଭିନେତା, ଅଭିନେତ୍ରୀ ଓ ଫିଲ୍ମକୁ ନେଇ ଏକ ସ୍ପେଶାଲ୍ ଆୱାର୍ଡ ଦିଆଯାଇଛି । ସେଗୁଡ଼ିକ ହେଲା :
ଶ୍ରେଷ୍ଠ ଅଭିନେତ୍ରୀ – ଦୀପିକା ପାଦୁକୋନ୍
ଶ୍ରେଷ୍ଠ ଅଭିନେତା – ରଣବୀର୍ କପୁର୍
ଶ୍ରେଷ୍ଠ ଫିଲ୍ମ – ହ୍ରିତିକ୍ ରୋଶନ୍ ଓ ଅମିଷା ପଟେଲ୍ (କହା ନା ପ୍ୟାର୍ ହୈ)
ଶ୍ରେଷ୍ଠ ନିର୍ଦ୍ଦେଶକ- ରାଜକୁମାର ହିରାନୀ (ସଞ୍ଜୁ)
ଶ୍ରେଷ୍ଠ ସଙ୍ଗୀତ – ପ୍ରୀତମ୍


