ବିଧାୟକଙ୍କ ପର୍ଲା ଗୋଷ୍ଠୀ କେନ୍ଦ୍ର ପରିଦର୍ଶନ କରିଛନ୍ତି
କଳାହାଣ୍ଡି,(ୱାଇଏନ୍ଏସ୍): ଆଜି ଧର୍ମଗଡ ବିଧାୟକ ମୌଷଧି ବାଗ ପର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିଛନ୍ତି | ତେବେ ପରିଦର୍ଶନ ବେଳେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅବ୍ୟବସ୍ଥା କୁ ନେଇ ବିଧାୟକ କ୍ଷୁବ୍ଧ ପ୍ରକାଶ କରିଥିଲେ । ସି.ଏଚ.ସି ରେ ୫ ଜଣ ଡାକ୍ତର ପଦବୀ ଥିବା ବଦଳରେ କେବଳ ଜଣେ ଡେପୁଟି ଆଶୁ ଡାକ୍ତର ଓ ଜଣେ ସିନିୟର ଡାକ୍ତର ଥିବା ଜଣାପଡିଛି । ତେବେ ସିନିୟର ଡାକ୍ତର ଜଣକ ଡିଉଟି ଆଦୌ କରୁ ନ ଥିବା ବେଳେ ରୋଗୀ ମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଏପରିକି ଗର୍ଭବତୀଙ୍କ ପ୍ରସୟ ସମୟ ବେଳେ ସେବା ନ ପାଇଁ ହଇରାଣ ହରକତ ହେଉଥିବା ଲୋକେ ବିଧାୟକ ପାଖରେ ଅଭିଯୋଗ କରିଛନ୍ତି । ଅନ୍ୟପଟେ ଡାକ୍ତର ନିଯୁକ୍ତି ଯୁଦ୍ଧକାଳୀନ ଭିତ୍ତିରେ କରାନଗଲେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି । ତେବେ ବିଧାୟକ ତଥା ଶୀଘ୍ର ଡାକ୍ତର ନିଯୁକ କରାଯିବା ପ୍ରତିଶ୍ରୁତି ଦେଇଛନ୍ତି |


