ଗୋପାଳପୁରରେ ଜନ ସଚେତନତା ଓ ଦସ୍ତଖତ ଅଭିଯାନ କାର୍ଯ୍ୟକ୍ରମ

ଗୋପାଳପୁର , (ଯୁଗାବ୍ଦ ନ୍ୟୁଜ): ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ବର୍ଷ ପାଳନ ଅବସରରେ ଜନ ସଚେତନତା ଓ ଦସ୍ତଖତ ଅଭିଯାନ କାର‌୍ୟ୍ୟକ୍ରମ ଗୋପାଳପୁର ବେଳାଭୂମି ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡ଼ିଶାର ମାନ୍ୟବର ବାଚସ୍ପତି ସୂର‌୍ୟ୍ୟ ନାରାୟଣ ଓ ମାନ୍ୟବର ମନ୍ତ୍ରୀ ବାଣିଜ୍ୟ ପରିବହନ ଶ୍ରୀଯୁକ୍ତ ପଦ୍ମନାଭ ବେହେରା,ମାନ୍ୟବର ମନ୍ତ୍ରୀ ଆଦିବାସୀ ବେପାର ଶ୍ରୀଯୁକ୍ତ ଜଗନ୍ନାଥ ସାରକା ଯୋଗଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଭାରତର ସମ୍ବିଧାନ ମୁଖ୍ୟବନ୍ଧରେ ଅଂହିସାର ସ୍ଥାନ ସଂପର୍କରେ ଆଲୋଚନା କରାଯାଇଥିଲା । ଏଥିରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ଆସ୍କା ସାଂସଦ ପ୍ରମିଳା ବେହେରା, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା , ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, ଗୋପାଳପୁର ବିଧାୟକ ପ୍ରଦୀପ ପାଣୀଗ୍ରାହି, ଛତ୍ରପୁର ବିଧାୟକ ସୁବାସ ବେହେରା. ଚିକିଟି ବିଧାୟକ ଉଷା ରାଣୀ ଦେବୀ ଙ୍କ ସମେତ ଗଞ୍ଜାମ ଜଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ, ଏସ.ିପି ପିନାକ ମିଶ୍ର ,ବହୁ ଛାତ୍ର ଛାତ୍ରୀ ପ୍ରମୁଖ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ