ବିଭିନ୍ନ ପଞ୍ଚାୟତରେ ୧୪୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପୁଲିସ
କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦରଥାନାର ବିଭିନ୍ନ ପଞ୍ଚାୟତରେ ପୁଲିସ ଏବଂ ଅବକାରୀ ବିଭାଗର ମିଳିତ ଅଭିଯାନରେ ବେଆଇନ ଭାବେ ଚାଷ ହୋଇଥିବା ଗଞ୍ଜେଇ ଗଛକୁ ନଷ୍ଟ କରାଯାଇଛି। ମୋଟ ୧୪୦ ଏକର ଅଞ୍ଚଳର ଗଞ୍ଜେଇ ଗଛକୁ କାଟିବା ସହିତ ସେଗୁଡିକୁ ସେଠାରେ ପୋଡି ନଷ୍ଟ କରାଯାଇଥିବା ନେଇ ଫୁଲବାଣୀ ସଦରଥାନା ଅଧିକାରୀ ଆଦିତ୍ୟ ସେଠୀ କହିଛନ୍ତି । ସୂଚନା ଅନୁସାରେ ସଦରଥାନା ଅଧିକାରୀଙ୍କ ନେତୃତ୍ୱରେ ପୁଲିସ ବାହୀନି ଏବଂ ଅବକାରୀ ବିଭାଗର ସଦର ଇନ୍ସପେକ୍ଟର ଅଜୟ କୁମାର ଓରାମ, ରିତ ପଟ୍ଟନାୟକ ଏବଂ ପୁଲିସ କର୍ମଚାରୀମାନେ ସାମିଲ ହୋଇଥିଲେ। ଏଥିରେ କଟ୍ରିଙ୍ଗିଆ ରାଜସ୍ୱ ନିରୀକ୍ଷକଙ୍କ ଉପସ୍ଥିତ ଥିଲେ ।


