ଆବାସ ଯୋଜନାରେ ମହା ଘୋଟଲା ଧନୀଙ୍କୁ ମିଳୁଛି ଘର ଗରିବଙ୍କୁ ମିଳୁଛି ପ୍ରତିଶୃତି

ମୋହନା,(ଅଂଶୁମାନ ପଣ୍ଡା): ଗରିବ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ଏଠି ଲୋକେ ଦିନେ ଖଟିଲେ ପରିବାର ଚଳେ, କାମ ନଥିଲେ ପେଟରେ ଓଦା କନା ଦେଇ ଶୋଇବାକୁ ପଡିଥାଏ | ବହୁ ଖବର କାଗଜରେ ପ୍ରକାଶ ହୋଇ ଆସୁଛି ଗରିବ ଲୋକେ ଚାଳ କୁଡ଼ିଆରେ ଖରା, ବର୍ଷା ଶୀତ କୁ ସହି ଜୀବନ କାଟୁଛନ୍ତି | ଏମାନଙ୍କ ଦୁଃଖ କିଏବା ବୁଝିବ,କେନ୍ଦ୍ର ସରକାର ଘୋଷଣା କରିଲେ ଗରିବ ପରିବାରକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲି କରାଇବା ପାଇଁ, ହେଲେ ତାହା ବିଜ୍ଞାପନରେ ହିଁ ରହିଗଲା | ସେହି ଭଳି ରାଜ୍ୟ ସରକାର ମଧ୍ୟ ନିର୍ବାଚନ ସମୟରେ ବିଜୁ ବାବୁଙ୍କ ସ୍ଵପ୍ନ ପୁରା କରିବା ପାଇଁ ଗରିବ ମୁଁହଁରେ ହସ ଦେଖିବା ପାଇଁ ଆରମ୍ଭ କରିଥିଲେ ବିଜୁ ପକା ଘର ଯୋଜନା, ତାହା ମଧ୍ୟ ଫେଲ ମାରିଲା ସରକାରୀ ବାବୁ ମାନେ ମୋଟା ଅଙ୍କର ପିସି ନେଇ ଗୋଟେ ପଞ୍ଚାୟତ ଅଧିକାରୀଙ୍କୁ ତିନୋଟି ପଞ୍ଚାୟତର ଦାଇତ୍ୱ ଦେଉଛନ୍ତି | ଜାଫଳରେ ଗରିବ ଖଟିଖିଆଙ୍କ ନାମ କୁ କାଟି ବଡ଼ବଡ଼ ଲୋକ ଓ ନେତାଙ୍କ ଦଳୟ କର୍ମଚାରୀ ବାସଗୃହ ଥିବା ଲୋକଙ୍କୁ ଟଙ୍କା ନେଇ ଦିଆଯାଉଛି ଆବାସ ଯୋଜନାରେ ଘର ଏପରିକି ଗୋଟିଏ ଘରେ ଦୁଇ ପଟେ ଦୁଇ ନାମ ଲେଖି ବିଲି କରି ନେଉଛନ୍ତି ଧନୀ ଶ୍ରେଣୀର ଲୋକେ ଗୋଟିଏ ପରିବାରରେ ଚାରି ଚାରଟି ଆବାସ ଯୋଜନା ରହିଛି | ଗରିବ ବିକଳାଙ୍ଗ ଅସହାୟଙ୍କୁ ସରକାର ନିର୍ଦେଶ ଦେଇଥିଲେ ଭି ମିଳୁନି ଘର ଖଣ୍ଡେ, କିନ୍ତୁ ପିସି ଯିଏ ଦେଲା ତାହାରି ନାମରେ ଘର | ଜାହା ପାଖରେ ଗାଡି ଜମି ବାଡ଼ି ଦୁଇ ମହଲା କୋଠା ଅଛି ସେମାନଙ୍କୁ କିପରି ମିଳୁଛି ଘର, ଯୁବକ ମାନଙ୍କୁ ମଧ୍ୟ ଦିଆଯାଉଛି ପକା ଘର, ଏଭଳି କିଛି ଘଟଣା ଦେଖିବାକୁ ମିଳୁଛି ମୋହନା ବ୍ଲକ ର ୩୯ ପଞ୍ଚାୟତରେ, ଏହି ବିଷୟରେ ବହୁ ବାର ଲୋକେ ଅଭିଯୋଗ କରିଥିଲେ କିନ୍ତୁ କେହି ଏଥି ପ୍ରତି ଧ୍ୟାନ ଦେଇନାହାନ୍ତି | କିଛି ଦିନ ତଳେ ସରକାରଙ୍କ ନିର୍ଦେଶ କ୍ରମେ ଜିଲ୍ଲାପାଳଙ୍କ ଆଦେଶରେ ଖଣି ପଞ୍ଚାୟତ ଓ ଗୋବିନ୍ଦପୁର ପଞ୍ଚାୟତରେ ବିଜୁପକା ଘର ଯୋଜନାରେ ସାମିଲି କରିବା ପାଇଁ ତାହା ଭି ଚିଠିରେ ରହିଗଲା | ଦୀପ ତଳ ଅନ୍ଧାର ଗରିବ ନିରୀହ ମାନେ ମାଟି କୁଡ଼ିଆରେ ରହୁଥିବା ବେଳେ ବଡ଼ ଲୋକମାନେ ଆବାସ ଯୋଜନା ପାଇ ଦୁଇ ମହଲା ଘର କରିଛନ୍ତି | ଯଦି ଏମାନେ ଗରିବ କିପରି ଦୁଇ ମୋହଲା ଘର ଟେକିଲେ ?ସରକାର ଦେଉଛନ୍ତି ଏକ ଲକ୍ଷ୍ୟ ୩୦ ହଜାର ଟଙ୍କା ଏଥିରେ ଶୌଚାଳୟ ଓ ଦୁଇ ବଖରା ଘର ପାଇଁ ହେଲେ ତିନି ମୋହଲା ଘର ନିର୍ମାଣ ପାଇଁ କେମିତି ଆସିଲା ଟଙ୍କା ? ପଞ୍ଚାୟତ ଅଧିକାରୀଙ୍କୁ ଟଙ୍କା ଦେଇ ସବୁ ଗରିବଙ୍କ ନାମ କାଟି ଦିଆଯାଉଛି | ଧନୀ ପାଉଛନ୍ତି ଘର, ସବୁ ନିନ୍ଦା ଲଦା ହେଉଛି ଗରିବଙ୍କ ମୁଣ୍ଡରେ ଏହାର ତଦନ୍ତ କେବେ ହେବ ସରକାରୀ ବାବୁଙ୍କ ଉପରେ କେବେ ପଦକ୍ଷେପ ନେବେ ଜିଲ୍ଲା ପ୍ରଶାସନ ଏହାକୁ ନେଇ ଗରିବ ଆଦିବାସୀ ଲୋକେ ପ୍ରଶ୍ନ କରିଛନ୍ତି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ