ପରିବା ଦର ଦେଉଛି ଦୁଃଖ

ତିର୍ତ୍ତୋଲ,(ଅଭିଷେକ ତ୍ରିପାଠୀ ): କରୋନା କାଳରେ ପରବାର ପ୍ରତିପୋଷଣ କରିବା କେତେ ଜେ କଷ୍ଟ ଯେ କରୁଛି ତାହା ସେ ଜାଣୁଛି | ତଥାପି ଆୟ ଅପେକ୍ଷା ବେୟ ଅଧିକ ଥିବାରୁ ଦୁଃଖ ଦୁଇ ଗୁଣ କରିଦଉଛି ପରିବା ଦର ମାହଙ୍ଗା ମାଡ଼ରେ ଖାଉଟି ହିନସ୍ଥା ଭୋଗୁ ଥିଲା ବେଳେ ଅନ୍ୟ ରାଜ୍ୟରୁ ଆମଦାନୀ ପରିବା ଖାଉଟିଙ୍କ ପାଇଁ ଆକାଶ କଇଁଆ ଚିଲିକା ମାଛ | ଜଣେ ଖାଉଟି ନାମ ଦେବେନ୍ଦ୍ର ଜେନା ପରିବା କିଣୁ ଥିବାବେଳେ ଯୁଗାଦ୍ଧ ପ୍ରତିନିଧି ଙ୍କ ପ୍ରଶ୍ନରେ କୁହନ୍ତି କି, ପରିବା ଦୋକାନୀଙ୍କ ପରିବା ଦର ଶୁଣି ଡର ଲାଗୁଛି ଓ ପରିବା ଘରକୁ ନ ନେଇଗଲେ.ସ୍ତ୍ରୀ ନାଲି ଆଖି ଦେଖି ଗୋଡ଼ ଥରୁଛି. ଏମିତି ଅବସ୍ଥାରେ ମଧ୍ୟବିତ୍ତ ଠୁ ଗରିବ ପରିବାର ପର୍ଯ୍ୟନ୍ତ ବଞ୍ଚିବା କଷ୍ଟ ସାଧ୍ୟ ହୋଇଛି | ତିର୍ତ୍ତୋଲ ଅଞ୍ଚଳରେ ବିଭିନ୍ନ ପରିବା ମଧ୍ୟରୁ ଆଳୁ କିଲୋ ପ୍ରତି ୪୦ ଟଙ୍କା. ପିଆଜ ୮୦ ଟଙ୍କା. ପୋଟଳ ୮୦ ଟଙ୍କା. କଲରା ୭୦ ଟଙ୍କା. ବାଇଗଣ ୪୦ ଟଙ୍କା.ଝୁଡଙ୍ଗ ୫୦ ଟଙ୍କା. ଜହ୍ନି ୪୦ ଟଙ୍କା ସଜନା ୧୦୦.ଟଙ୍କା ଟମାଟର ୫୦ଟଙ୍କା ଆଦି ସମସ୍ତ ପରିବା ଦର ଆକାଶ ଛୁଆଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ