ମୁଣ୍ଡ ଗଡ଼ିଲେ ଚେଇଁବ ବିଭାଗ

ସମ୍ବଲପୁର,(ନୃପଲାଲ ଦେବ ):ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଫାଶୀମାଲ-କୁଚିଣ୍ଡା ରାସ୍ତା କଡ଼ରେ ଏକାଧିକ ସ୍ଥାନରେ ଶୁଖିଲା ଗଛ ଗୁଡିକ ବିପଦସଂକୁଳ ଅବସ୍ଥାରେ ରହିଅଛି l ଏହା କେବଳ ଏହି ଗୋଟିଏ ରାସ୍ତାର କଥା ନୁହେଁ ବ୍ଲକର ବଡ଼ରମା, ଭୋଜପୁର, ଶିରିଡ ଦେଇ ଯାଇଥିବା ଜାତୀୟ ରାଜପଥ କଡ଼ରେ ଏମିତି ଅନେକ ଶୁଖିଲା ଗଛ ବିପଦ ଭାବରେ ରହିଅଛି l ସେଗୁଡିକ ବହୁଦିନ ହେଲା ବର୍ଷା, ଖରା ପଡି ଶୁଖିଯାଇଥିବା ବେଳେ ପବନ ହେଲେ ବିଭିନ୍ନ ସମୟରେ ଡାଲ ସବୁ ଭାଙ୍ଗି ରାସ୍ତା ଉପରେ ପଡୁଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି l ଏହି ରାସ୍ତା ମାନଙ୍କୁ ଦେଇ ପ୍ରତିଦିନ ବହୁ ସଂଖ୍ୟାରେ ଲୋକେ ଯାତାୟତ କରୁଥିବା ବେଳେ ଅନେକ ଗାଡି ମଟର ଚଳାଚଳ କରିଥାଏ l ଯଦି ଦୟେବାତ ରାସ୍ତା କଡ଼ରେ ଥିବା ଗଛ ଗୁଡିକ କେବେ ଭାଙ୍ଗି ପଡେ ତେବେ ଏକ ବଡ଼ ଧାରଣର ଅଘଟଣ କୁ ଏଡେଇ ଦିଆଯାଇ ନପାରେ l ବଡ଼କଥା ହେଲା ଏହି ପଥ ଦେଇ ଦୈନନ୍ଦିନ ଅନେକ ପ୍ରଶାସନିକ ଅଧିକାରୀ, ରାସ୍ତା ଦାଇତ୍ୱରେ ଥିବା ବିଭାଗୀୟ ଅଧିକାରୀ ଯାତାୟାତ କରୁଥିଲେ ହେଁ କାହାରି ନଜର ଏହା ଉପରେ ପଡୁନଥିବା ଲୋକେ ପ୍ରଶ୍ନ କରୁଛନ୍ତି  l ତେଣୁ ତୁରନ୍ତ ସ୍ଥାନୀୟ ପ୍ରଶାସନ ଓ ରାସ୍ତା ଦାଇତ୍ୱରେ ଥିବା ବିଭାଗ ଏ ଦିଗରେ ଦୃଷ୍ଟି ଦେଇ ବିହିତ ପଦକ୍ଷେପ ନେବାକୁ ଦାବୀ ହେଉଛି  l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ