ବିଜେପି-ଜେଡିୟୁ ମେଣ୍ଟ ୨୦୦ରୁ ଅଧିକ ଆସନରେ ବିଜୟୀ ହେବ: ନୀତୀଶ

ପାଟନା: ବିଜେପି ଓ ଜେଡିୟୁ ମଧ୍ୟରେ ସବୁ ଠିକଠାକ୍ ରହିଛି । ରାଜ୍ୟରେ ହେବାକୁ ଥିବା ଆଗାମୀ ବିଧାନସଭା ର୍ନିବାଚନ ଜେଡିୟୁ-ବିଜେପି ମେଣ୍ଟ ସପକ୍ଷରେ ଯିବ ବୋଲି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କହିଛନ୍ତି । ଯେଉଁମାନେ ବିଜେପି-ଜେଡିୟୁ ମେଣ୍ଟରେ ଫାଟ ସୃଷ୍ଟି କରିବାକୁ ଚାହୁଁଛନ୍ତି ସେମାନେ ଆଗାମୀ ଦିନରେ ଅଡ଼ୁଆରେ ପଡ଼ିବେ ବୋଲି ନୀତୀଶ କୁମାର କହିଛନ୍ତି ûଦଳର ରାଜ୍ୟ ସାଧାରଣ ପରିଷଦ ବୈଠକରେ ଯୋଗ ଦେଇ ନୀତୀଶ ତାଙ୍କ ବିରୋଧୀଙ୍କୁ କଡ଼ା ସମାଲୋଚନା କରିଛନ୍ତି । ରାଜନୀତିକ ଫଇଦା ଉଦ୍ଦେଶ୍ୟ ରଖି ତାଙ୍କ ନାଁରେ ଭିତ୍ତିହୀନ ଅଭିଯୋଗ ଅଣାଯାଉଛି ବୋଲି ସେ କହିଛନ୍ତି । ନୀତୀଶ କହିଛନ୍ତି ଯେ ତାଙ୍କୁ ବିରୋଧ କରୁଥିବା ଅନେକ ନେତା ଏକଥା  ସ୍ୱୀକାର କରିଛନ୍ତି ଯେ ସେମାନଙ୍କର ଏକମାତ୍ର ଉଦ୍ଦେଶ୍ୟ ତାଙ୍କୁ ବିରୋଧ କରିବା ।ଏହି ଅବସରରେ ତାଙ୍କ ଦଳର ନେତା ଓ ମୁଖପାତ୍ରଙ୍କୁ ମଧ୍ୟ ବିବାଦୀୟ ମନ୍ତବ୍ୟ ଦେବାରୁ ଦୂରେଇ ରହିବା ପାଇଁ ପରାମର୍ଶ ଦେଇଛନ୍ତି । ଏଭଳି ମନ୍ତବ୍ୟ ନିଜ ଦଳ ବିରୋଧରେ ସବୁବେଳେ ଯାଇଥାଏ ବୋଲି ନୀତୀଶ କହିଛନ୍ତି ।ନିଜର ଦଳୀୟ ନେତା ଓ କର୍ମୀଙ୍କ ମନବୋଳକୁ ବୃଦ୍ଧି କରିବାକୁ ଯାଇ ୨୦୧୦ ମସିହାରେ ହୋଇଥିବା ବିଧାନସଭା ର୍ନିବାଚନ କଥା ମନେ ପକାଇ ଦେଇଛନ୍ତି । ଏହି ର୍ନିବାଚନରେ ବିଜେପି-ଜେଡିୟୁ ମିଶି ୨୪୩ ବିଧାନସଭା ଆସନରୁ ୨୦୬ ଆସନରେ ବିଜୟୀ ହୋଇଥିଲେ । ତେଣୁ ଚଳିତଥର ମଧ୍ୟ ମେଣ୍ଟ ୨୦୦ରୁ ଅଧିକ ଆସନରେ ବିଜୟୀ ହେବ ବୋଲି ନୀତୀଶ କୁମାର କହିଛନ୍ତି ।ନୀତୀଶଙ୍କ ଏହି ମନ୍ତବ୍ୟ ବିରୋଧୀ ଆରଜେଡି ଏବଂ କଂଗ୍ରେସ ପାଇଁ ନିରାଶ ବୋଲି କୁହାଯାଉଛିୟ କାରଣ ମୋଦି ସରକାର ମନ୍ତ୍ରୀମଣ୍ଡଳ ଗଢ଼ିବା ବେଳେ ଏବଂ ନୀତୀଶ କୁମାର ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ କରିବା ବେଳେ ଦୁଇ ଦଳ ମଧ୍ୟରେ ମତ ପାର୍ଥକ୍ୟ ଥିବା ଅନୁମାନ କରାଯାଉଥିଲା । ଯାହାର ଫଇଦା ନେବା ପାଇଁ ନୀତୀଶ କୁମାରଙ୍କୁ ମହାମେଣ୍ଟରେ ସାମିଲ୍ ହେବା ପାଇଁ ଆରଜେଡି ନିମନ୍ତ୍ରଣ ଦେଇଥିଲା । କାରଣ ସାଧାରଣ ର୍ନିବାଚନ ବେଳେ ନୀତୀଶ କୁମାରଙ୍କ ପାଇଁ ମହାମେଣ୍ଟ ଫାଟକ ବନ୍ଦ ରହିଥିଲା ବୋଲି ଆରଜେଡି ନେତା କହିଥିଲେ । ଆଗକୁ ଝାଡ଼ଖଣ୍ଡ, ହରିଆନା ଏବଂ ମହାରାଷ୍ଟରେ ର୍ନିବାଚନ ରହିଛି । ଏହାପରେ ବିହାରରେ ବିଧାନସଭା ର୍ନିବାଚନ ହେବୟ ଏଥିରେ ବିଜେପି-ଜେଡିୟୁ ୨୦୧୦ ବିଧାନସଭା ର୍ନିବାଚନ ଭଳି ଏକଠି ହୋଇ ଲଢ଼ିବ ବୋଲି ସ୍ପଷ୍ଟ ହୋଇଛିୟ ସୂଚନାଯୋଗ୍ୟ, ଅନ୍ତିମ ର୍ନିବାଚନରେ ବିହାରରେ କଂଗ୍ରେସ, ଆରଜେଡି ଏବଂ ଜେଡିୟୁ ମେଣ୍ଟ କରି ର୍ନିବାଚନ ଲଢ଼ିଥବା ବେଳେ ବିଜେପି ଏଲଜେପି ଓ ଅନ୍ୟାନ୍ୟ ଆଞ୍ଚଳିକ ଦଳ ସହ ମିଶି ର୍ନିବାଚନ ଲଢ଼ିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ