୪୬ ଦିନ ପରେ ସକ୍ରିୟ ହେଲା ମେହବୁବାଙ୍କ ଟ୍ୱ୍ୱଟର

ନୂଆଦିଲ୍ଲୀ: ଗତ ଅଗଷ୍ଟ ୫ ପରଠାରୁ ଗତ ୪୬ ଦିନ ଧରି ବନ୍ଦ ରହିଥିବା ପିଡିପି ମୁଖ୍ୟ ମେହବୁବା ମୁଫ୍ତିଙ୍କ ଟ୍ୱିଟର ଆକାଉଣ୍ଟ ଶେଷରେ ସକ୍ରିୟ ହୋଇଛି । ଧାରା ୩୭୦ ଉଚ୍ଛେଦ ପୂର୍ବରୁ କଶ୍ମୀରରେ କଟକଣା ବାବଦରେ ସେ ଲଗାତାର ଟ୍ୱିଟ୍ କରିଥିଲେ । ଏପରିକି ସେ ଗୃହବନ୍ଦୀ ରହିବା ନେଇ ମଧ୍ୟ ଏଥିରେ ପ୍ରାକ୍ ସୂଚନା ଦେଇଥିଲେୟ କିନ୍ତୁ ପରବର୍ତ୍ତୀ ସମୟରେ ନିରବ ରହିଥିବା ଏହି ହ୍ୟାଣ୍ଡଲରୁ ମେହବୁବାଙ୍କ ଝିଅ ଇଲତିଜା ଟ୍ୱିଟ୍ କରିବେ ବୋଲି ଘୋଷଣା କରିଛନ୍ତି ।ମେହବୁବାଙ୍କ ବଡ଼ ଝିଅ ଇଲତିଜା କହିଛନ୍ତି, ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତିଙ୍କର ଏହି ଆକଉଣ୍ଟ ଗତ ୫ ଅଗଷ୍ଟଠାରୁ ସକ୍ରିୟ ନଥିଲା । ଅନୁମତି ସହିତ ମୁଁ ମେହବୁବାଙ୍କ ଝିଅ ଇଲତିଜା ଏହି ଆକାଉଣ୍ଟ ଚଲାଇବି ।ଏହି ଘୋଷଣା ପରେ କରିଥିବା ଏକ ଟ୍ୱିଟ୍ରେ ସେ ଲେଖିଛନ୍ତି, ଉଚ୍ଚସ୍ତରୀୟ ଅଧିକାରୀଙ୍କୁ ମା’ଙ୍କ ବାବଦରେ ସୂଚନା ପାଇବାକୁ ଚିଠି ଲେଖିଥିଲେ ହେଁ ୨ ଦିନ ଧରି ଅପେକ୍ଷା କରିବା ପରେ ମଧ୍ୟ କିଛି ଉତ୍ତର ଆସିନି । ସେ ଉଭୟ କେନ୍ଦ୍ର ଏବଂ ରାଜ୍ୟର ଗୃହ ସଚିବଙ୍କୁ ଏହି ଚିଠି ଲେଖିଥିବା ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ