୭ମାସ ପରେ ଖୋଲିଲା ସୁପ୍ରସିଦ୍ଧ ଗଣ୍ଡାହାତୀ ପର୍ଯ୍ୟଟନ କେନ୍ଦ୍ର ;ପ୍ରଥମ ରବିବାରରେ ପର୍ଯ୍ୟଟକଙ୍କ ଭିଡ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):କରୋନା କଟକଣାର ଦୀର୍ଘ ୭ମାସ ପରେ ଗଜପତି ଜିଲ୍ଲାର ସୁପ୍ରସିଦ୍ଧ ଗଣ୍ଡାହାତୀ ଜଳପ୍ରପାତ ପର୍ଯ୍ୟଟନ କେନ୍ଦ୍ର ଖୋଲିଲା । ଦକ୍ଷିଣ ଓଡିଶା ସମେତ ପଡୋଶୀ ଆନ୍ଧ୍ରରେ ଏହାର ବେଶ ଲୋକପ୍ରିୟତା ଥିବା ଯୋଗୁଁ ପ୍ରପାତ ଖୋଲିବାର ପ୍ରଥମ ରବିବାର ତଥା ଗତକାଲି ଅସମ୍ଭବ ପର୍ଯଟକଙ୍କ ଭିଡ ଦେଖାଯାଇ ସମଗ୍ର ଅଞ୍ଚଳ ଚଳଚଞ୍ଚଳ ହୋଇ ଉଠିଥିଲା । ଓଡିଶାର ଗଞ୍ଜାମ,କନ୍ଧମାଳ,ଗଜପତି,ଅଭିଭକ୍ତ କୋରାପୁଟ ଏବଂ ପଡୋଶୀ ଆନ୍ଧ୍ରରୁ ହଜାର ହଜାର ପର୍ଯଟକ ଗଣ୍ଡାହାତୀ ଜଳପ୍ରପାତ ଅଞ୍ଚଳରେ ଏକତ୍ରିତ ହୋଇ ଜଳପ୍ରପାତରେ ସ୍ନାନ କରି ମଜା ଉଠାଇବା ସହ ଅତୀ ଆନନ୍ଦରେ ଭୋଜିଭାତର ଆସର କରିଥିବା ଦେଖାଯାଇଥିଲା । ସାନ୍ତି ଶୃଙ୍ଖଳା ପାଇଁ ଏଠାରେ ପୋଲିସ ଓ ବନ ବିଭାଗ କର୍ମଚାରୀମାନେ ସଜାଗ ଥିଲେ ।


