ଦୁର୍ଗାପୂଜା ପାଇଁ ପ୍ରସ୍ତୁତ ହେଉଛି ବ୍ରହ୍ମପୁର ସହର

ବ୍ରହ୍ମପୁର , (ଯୁଗାବ୍ଦ ନ୍ୟୁଜ) : ପାଖେଇ ଆସୁଛି ଦୁର୍ଗାପୂଜା । ମାଙ୍କୁ ଆବାହମାନ କରିବା ପାଇଁ ଦୁର୍ଗାମଣ୍ଡପରେ ସଜେଇହେଲାଣି ଗାଁଠୁ ସହର । ସେହିକ୍ରମରେ ବ୍ରହ୍ମପୁର ଉକ୍ରଳ ଆଶ୍ରମ ରୋଡ ଦୁର୍ଗାପୂଜା କମିଟି ପକ୍ଷରୁ ଶୁକ୍ରବାର ଶୁଭଖୁଣ୍ଟି ସ୍ଥାପିତ ହୋଇଯାଇଛି । ଅକ୍ଟୋବର ୩ରୁ ୫ ତାରିଖ ପର୍ଯ୍ୟନ୍ତ ଦୁର୍ଗାପୂଜା ଅନୁଷ୍ଠିତ ହେବ ,ସେଥିନିମନ୍ତେ କମିଟି ପକ୍ଷରୁ ଆସନ୍ତା ଭକ୍ତ ମାନଙ୍କ ପାଇଁ ସମସ୍ତ ପ୍ରକାର ସୁବିଧା କରାଯିବ ବୋଲି କମିଟିର ସଭାପତି ଡଃ. ହୃଷିକେଶ ମହାପାତ୍ର କହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକାରୀ ସଭାପତି ଅଶୋକ କୁମାର ପାଠୀ, ଉପସଭାପତି ପ୍ରଦୀପ କୁମାର ଶତପଥୀ, ,ସମ୍ପାଦକ ନସୃ ଜେନା, ଯୁଗ୍ମ ସମ୍ପାଦକ ଗଣେଷ ପଟ୍ଟନାୟକ, କୋଷାଧ୍ୟକ୍ଷ ପ୍ରଦୀପ କୁମାର ପାଢୀ, କମିଟି ଉପଦେଷ୍ଟା ଜଗଦୀଶ ସାହୁ, ପ୍ରବୀର ପାତ୍ର, ଜଗନ୍ନାଥ ପାଣିଗ୍ରାହୀ ପ୍ରମୁଖ କର୍ମକତ୍ତା ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ