ଅବସରପ୍ରାପ୍ତ ସମାଜସେବୀ ଶିକ୍ଷକଙ୍କ ପରୋଲୋକ

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ମୟୁରଭଞ୍ଜ ଜିଲ୍ଲା ତିରିଂ’ଥାନା ଅନ୍ତର୍ଗତ ବଡ ଡାଳିମା ଗ୍ରାମର ସୁନାମଧନ୍ୟ ଅବସର ପ୍ରାପ୍ତ ଶିକ୍ଷକ ହେମନ୍ତ କୁମାର କର ଆଜି ୭୬’ବର୍ଷ ବୟସରେ ପରଲୋକ ଗମନ କରିଛନ୍ତି। ସେ ୨୪ ଜୁଲାଇ ୧୯୪୬ ମସିହାରେ ଧରାପୃଷ୍ଠକୁ ଆସିଥିଲାବେଳେ ୦୮ନଭେମ୍ବର ୨୦୨୦ ରେ ଇହଧାମ ତ୍ୟାଗ କରିଛନ୍ତି। ସେ ୨୦୦୪’ ମସିହାରେ ବଡ ଡାଳିମା ମଧ୍ୟ ଇଂରାଜୀ ବିଦ୍ୟାଳୟରୁ ଅବସର ଗ୍ରହଣ କରିଥିଲେ। ତେବେ ସେ ଚାକିରୀ ଜୀବନରୁ ଅବସର ନେଲାପରେ ମଧ୍ୟ ବିଭିନ୍ନ ସାମାଜିକ କାର୍ଯ୍ୟରେ ନିୟୋଜିତ ରହି ସମାଜ ସେବା କାର୍ଯ୍ୟ କରି ଆସୁଥିଲେ। ବଡ ଡାଳିମା ବଜାର ପରିଚାଳନା କଥା ସେ ଶେଷ ସମୟ ପର୍ଯ୍ୟନ୍ତ ବୁଝାବୁଝି କରି ଆସୁଥିଲେ । ବଡ ଡାଳିମା ପାର୍ବତୀ ବାଳିକା ଉଚ୍ଚ ବିଦ୍ୟାଳୟ ଓ ବଡ ଡାଳିମା ମଧ୍ୟ ଇଂରାଜୀ ବିଦ୍ୟାଳୟ ପ୍ରତିଷ୍ଠାରେ ଦିବଙ୍ଗତ ହେମନ୍ତ କର’ଙ୍କ ବିଶେଷ ଅବଦାନ ରହିଛି । ତାଙ୍କରି ପ୍ରଚେଷ୍ଟାରେ ବିଦ୍ୟାଳୟ ଦ୍ୱୟ ପ୍ରତିଷ୍ଠା ହୋଇ ପାରିଥିଲା । ଶୋକାକୂଳ ପରିବେଶରେ ତାଙ୍କ ଅନ୍ତିମଯାତ୍ରା ସମ୍ପନ୍ନ ହୋଇଥିଲା ବେଳେ ବିଜେପି ଦଳର ବରିଷ୍ଠ ନେତା ଇଶାନ ମିଶ୍ର,ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟ ଉତ୍ତମ ମହାପାତ୍ର,ବଡ ଡାଳିମା ବିଜେପି ମଣ୍ଡଳ ସଭାପତି ସୁନୀଲ ସାଉଁୟା,ବିଜେପିର ଆଦିବାସୀ ଜିଲ୍ଲା ସାଧାରଣ ସଂପାଦକ ଫାଗୁରାମ ମାର୍ଣ୍ଡି,ଜେଏମଏମ ନେତା ଚନ୍ଦ୍ରଶେଖର ମଣ୍ଡଳ,ଡାଳିମା ବଜାର ସମିତି ଅଧ୍ୟକ୍ଷ ରାଜୁ ବସା,ଧନେଶ୍ୱର ମହାପାତ୍ର,ରଜତ ସାହୁ,ପାର୍ଥ ସଡଙ୍ଗି,ପବନ ମାରଓ୍ବାଡି,ନାଡୁ ମହାପାତ୍ର ପ୍ରମୁଖ ଦିବଙ୍ଗତ ଶିକ୍ଷକଙ୍କ ଅନ୍ତିମ ଦର୍ଶନ କରିବା ସହିତ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ବଡ ଡାଳିମା ବଜାର ସମିତି ପକ୍ଷରୁ ବଡ ଡାଳିମାର ସମସ୍ତ ଦାକାନ ବଜାର ବନ୍ଦ କରାଯାଇ ଦିବଙ୍ଗତ ଶିକ୍ଷକ ହେମନ୍ତ କରଙ୍କ ଆତ୍ମାର ସଦଗତି ନିମନ୍ତେ ସାମୁହିକ ନିରବ ପ୍ରାର୍ଥନା କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ