ବନ ବିଭାଗ କର୍ମଚାରୀ ସମେତ ଜଣେ ଗୁରୁତର
ରାଇରଙ୍ଗପୁର , (ଯୁଗାବ୍ଦ ନ୍ୟୁଜ) : ମୟୁରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରସ୍ଥିତ ବିଜୁପଟ୍ଟନାୟକ ଛକଠାରୁ ୫୦୦ ମିଟର ଦୂରରେ ଦୁଇ ବାଇକ ମୁହାଁମୁହିଁ ହୋଇଥିଲା ଫଳରେ ଦୁଇ ବାଇକ ଚାଳକ ଦୁର୍ଘଟଣାରେ ଶିକାର ହୋଇଥିଲେ । ସେମାନେ ହେଲେ ହାଟବାଦଡା ଅଂଚଳର ରିପୁନ ଦାସ ।ତାଙ୍କର ବାମ ହାତ ଭାଙ୍ଗିଯାଇଛି ।ସେହିଭଳି ବନବିଭାଗ କର୍ମଚାରୀ ଯଶବନ୍ତ କାଲୁଣ୍ଡିଆଙ୍କ ମୁହଁରେ ମାଡ ହୋଇଛି ରକ୍ତାକ୍ତ ଅବସ୍ଥାରେ ଉଭୟଙ୍କୁ ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।