ଓଲିଉଡର ଚୁଲବୁଲି ଅଭିନେତ୍ରୀ ଅର୍ଚିତାଙ୍କୁ ଅମରୀଶ୍ ପୁରୀ ଉକ୍ରର୍ଷ ସମ୍ମାନ

ଓଲିଉଡର ଚୁଲବୁଲି ଅଭିନେତ୍ରୀ ତଥା ମିସ୍ ଡିଭା ଅର୍ଚିତା ସାହୁ “ଅମରୀଶ୍ ପୁରୀ ଉକ୍ରର୍ଷ ସମ୍ମାନ’ ଲାଭ କରିଛନ୍ତି । ଇଲାଇଟ୍ କ୍ଲବ୍ ପକ୍ଷରୁ ନୂଆଦିଲ୍ଲୀରେ ଆୟୋଜିତ ୨୨ତମ ସମ୍ବର୍ଧନା ଉତ୍ସବରେ କଳା ଓ ସଂସ୍କୃତିକୁ ଅବଦାନ ପାଇଁ ସେ ପ୍ରଥମ ଓଡ଼ିଆ ଭାବେ ଏହି ସମ୍ମାନ ଲାଭ କରିଛନ୍ତି । ଟିଭୋଲି ଗ୍ରାଣ୍ଡରେ ଗତ ୨୫ ତାରିଖରେ ଅନୁଷ୍ଠିତ ଏହି ସମ୍ବର୍ଧନା ଉତ୍ସବରେ ବଲିଉଡ୍ ଅଭିନେତ୍ରୀ ଅମ୍ରିତା ରାଓ, ଅସ୍ମିତ ପଟେଲ୍, ଆୟୁବ ଖାନ୍, ଶହାବ ଖାନ୍ଙ୍କ ଉପସ୍ଥିତିରେ ସେ ଏହି ପୁରସ୍କାର ଗ୍ରହଣ କରିଛନ୍ତି । ଗ୍ଲାଡରାଗସ ମିସ୍ ଇଣ୍ଡିଆ ଅମରପ୍ରୀତ୍, ମୁକେଶ ଛାବ୍ରା, ସମିତା ବୋଷ୍, ଇଲାଇଟ୍ କ୍ଲବ୍ ସଭାପତି ପୁଷ୍କର ମେହେଟ୍ଟା ଅର୍ଚିତାଙ୍କୁ ଏହି ପୁରସ୍କାର ପାଇଁ ଅଭିନନ୍ଦନ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ