ନିର୍ବନ୍ଧ ସତ୍ଵେ ୯ମାସଧରି ସ୍ଥଗିତ ରହିଲା କୋରନା ଯୋଦ୍ଧାଙ୍କ ବିଵାହ  

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା):କୋରନା ମହାମାରୀ ଏଵେଵି ସୁଧା ବିଶ୍ୱକୁ କବଳିତ କରି ରଖିଛି । ଗତ ମାର୍ଚ୍ଚ ଶେଷ ସପ୍ତାହରେ ଦେଶକୁ କୋରନା ଛୁଇଁଥିଵା ଵେଳେ କେନ୍ଦ୍ର ଠାରୁ ରାଜ୍ୟ ସରକାରଙ୍କ ଯାଏଁ ପ୍ରତିକାର ପାଇଁ ଵିଭିନ୍ନ ପଦକ୍ଷେପ ଗ୍ରହଣ କରିଥିଲେ। ବିଶେଷ କରି ରାଜ୍ୟ ସରକାରଙ୍କ ଘୋଷିତ ପ୍ରବାସୀ ମାନଙ୍କ ସେବାପାଇଁ ସରପଂଚ ମାନଙ୍କୁ ଗୁରୁଦାୟିତ୍ବ ପ୍ରଦାନ କରାଯାଇଥିଲା। ସରପଞ୍ଚ କିମ୍ବା ତାଙ୍କ ମନୋନୀତ ପ୍ରତିନିଧି ମାନେ ଅସ୍ଥାୟୀ ଟିଏମସି ମାନ ଖୋଲି ପାଖାପାଖି ଦୁଇମାସ ଧରି ପ୍ରଵାସୀଙ୍କ ସେବା କରିଥିଲେ।ଯାହାକି ସଂକ୍ରମଣ କୁ ରୋକିବାରେ ସହାୟକ ହୋଇଥିଲା । ଏହିକ୍ରମରେ ଭଣ୍ଡାରିପୋଖରୀ ବ୍ଲକ ୨୩ଗୋଟି ପଂଚାୟତ ଗୁଡ଼ିକରେ ପ୍ରଵାସୀ ମାନଙ୍କ ପାଇଁ ସେବା ଯୋଗାଇ ଦିଆଯାଇଥିବା ବେଳେ ତନ୍ମଧ୍ୟରୁ ନପଗଂ ପଂଚାୟତ ଥିଲା ଅନ୍ୟତମ । ଏଠାରେ ଥିବା ସରପଞ୍ଚ କାମିନୀଵାଳା ନାୟକ ପ୍ରବାସୀ ମାନଙ୍କ ସେବା ସହିତ ପଂଚାୟତ କୁ କୋରନା ମୁକ୍ତ କରିବା ପାଇଁ ନିଜ ପୁଅ ତଥା ଯୁବ ନେତା ଆକାଶ ନାୟକ ଙ୍କୁ ଦାଇତ୍ଵ ପ୍ରଦାନ କରିଥିଲେ । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ମାର୍ଚ୍ଚ ୪ତାରିଖରେ ଆକାଶଙ୍କ ନିର୍ବନ୍ଧ ସରିଥିଵା ବେଳେ ଅପ୍ରେଲ ୧୦ରେ ତାଙ୍କର ଵିଵାହ ହୋଇଥାଆନ୍ତା । ଏହାରି ଭିତରେ କୋରନା ମହାମାରୀ ଆସିବାରୁ ଯୁଵ ନେତା ଆକାଶ ସଂସାର ଵାନ୍ଧିଵା ସ୍ବପ୍ନ କୁ ପଛକୁ ପକାଇ ପଂଚାୟତ ଵାସୀଙ୍କ ସହ ପ୍ରଵାସୀ ଙ୍କ ସେଵାରେ ନୀଜକୁ ସମର୍ପିତ ସେଵକ ଭାବେ ନିୟୋଜିତ କରିଥିଲେ । ମହାମାରୀ ପାଇଁ ତାଙ୍କର ଦୂରଦୃଷ୍ଟି ସଂପଣ୍ଣ କାର୍ଯ୍ୟକ୍ରମ ଯୋଗୁଁ ପଂଚାୟତ ଅନେକ ମାତ୍ରାରେ କୋରନା ଦାଉରୁ ରକ୍ଷା ପାଇଥିଲା । ଏପରିକି ବ୍ଲକ ଅଂଚଳରେ ସରପଞ୍ଚ ଙ୍କ ପ୍ରତିନିଧି ଭାବେ ସେ ସର୍ବ କନିଷ୍ଠ ହୋଇଥିଲେ ସୁଦ୍ଧା ତାଙ୍କର ସମାୟୁନୁଵର୍ତୀ ସେବା ତାଙ୍କୁ କୋରନା ଯୋଦ୍ଧା ଭାବେ ପରିଚିତ କରିଥିଲା । ଏହାରି ଭିତରେ ଦୀର୍ଘ ୯ମାସ ଵିତି ଯାଇଛି।ନିର୍ବନ୍ଧ ସତ୍ଵେ ଵିଵାହ କାର୍ଯ୍ୟ ସ୍ଥଗିତ କରି ଯୁବ ନେତା ଆକାଶ ଲୋକମାନଙ୍କ ପାଇଁ ଯେଉଁ କାର୍ଯ୍ୟ କଲେ ତାହା ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟୀ ନିଶ୍ଚିତ ‘କହିଲେ ଅତ୍ୟୁକ୍ତି ହେବ ନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ