ଦୁଇ ପାର୍ଶ୍ୱରେ ଅଟକି ଥିବା ଡ୍ରେନ କାର୍ଯ୍ୟ ନିର୍ମାଣ ଆରମ୍ଭ ହେବ
ମୋହନା,(ଅଂଶୁମାନ ପଣ୍ଡା): ମୋହନା ବ୍ଲକରେ ୩୯ଟି ପଞ୍ଚାୟତ, ପ୍ରତ୍ୟକ ଦିନ ହଜାର ହଜାର ଲୋକେ ଜନସାଧାରଣ ଏହି ବ୍ଲକକୁ ଯିବା ଆସିବା ଆସନ୍ତି | ଜାତୀୟ ରାଜପଥ ୩୨୬ ରାୟଗଡ଼ା ଠାରୁ ବ୍ରହ୍ମପୁର ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଦେଇ ଅନେକ ଯାନବାହନ ଯାତାୟତ କରନ୍ତି | ହେଲେ କିଛି ମାତ୍ରରେ ରାସ୍ତା କାମ ସରିଥିବା ବେଳେ କିଛି ଜାଗାରେ ବାକି ଅଛି | ସେଭଳି ବଷ୍ଟାଣ୍ଡ ନିର୍ମାଣ ନହୋଇ ଅଟକିଛି | ମୁଖ୍ୟ ସମସ୍ୟା ହେଉଛି ଦୁଇ ପାର୍ଶ୍ୱରେ ଡ୍ରେନ ନଥିବାରୁ କିଛି ଅସାଧୁ ବ୍ୟକ୍ତି ନିଜ ଘରର ଆବର୍ଜନା ପାଣି ରାସ୍ତାକୁ ଛାଡ଼ି ରାସ୍ତା ଖରାପ କରୁଛନ୍ତି | ବିଶେଷ କରି ବର୍ଷା ହେଲେ ରାସ୍ତାରେ ଆଣ୍ଠୁଏ ପାଣି, ତେଣୁ ସାଧାରଣ ଲୋକଙ୍କ ଯିବାଆସିବା କରିବା ସମୟରେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି | ବହୁ ବାର ଖବର ପ୍ରସାରଣ ପରେ ପୃତି ବିଭାଗ ଡ୍ରେନ ନିର୍ମାଣ ପାଇଁ ଅଣ୍ଟା ଭିଡ଼ିଛି | ଏହି ଅଧ୍ୟାପନ୍ତର ରହିଥିବା ଡ୍ରେନ କାମ ଦୀପାବଳି ପରେ ନିର୍ମାଣ ଆରମ୍ଭ ହେବ | ଏହା ସହ ଯେଉଁ ମାନେ ଡ୍ରେନ ଜାଗାକୁ ଜବର ଦଖଲ କରି ରଖିଛନ୍ତି ସେମାନେ ସେହି ସ୍ଥାନକୁ ଛାଡ଼ିଦେବା ପାଇଁ ସହକାରୀ ନିର୍ବାହୀ ଯନ୍ତ୍ରୀ ମନୋଜ କୁମାର ପାତ୍ର କହିଛନ୍ତି |


