କଂଗ୍ରେସ କମିଟି ତରଫରୁ ପୂର୍ବତ୍ତନ ମନ୍ତ୍ରୀ ସ୍ୱର୍ଗତ ଲକ୍ଷ୍ମଣ ମଲ୍ଲିକଙ୍କ ଷଷ୍ଠତମ ଶ୍ରାଦ୍ଧ ବାର୍ଷିକ ପାଳିତ
ଜଗତସିଂପୁର,(ଅନସୂୟା ରାଉତ): ଜଗତସିଂପୁର ଜିଲ୍ଲା କଂଗ୍ରେସ କମିଟି ତରଫରୁ ପୂର୍ବତ୍ତନ ମନ୍ତ୍ରୀ ସ୍ୱର୍ଗତ ଲକ୍ଷ୍ମଣ ମଲ୍ଲିକଙ୍କ ଷଷ୍ଠତମ ଶ୍ରାଦ୍ଧ ବାର୍ଷିକ ପାଳିତ ହୋଇଅଛି | ଉକ୍ତ କାର୍ଯ୍ୟକ୍ରମରେ ଜଗତସିଂପୁର ପୌରପରିଷଦ କାର୍ଯ୍ୟାଳୟ ପରିସରରେ ଥିବା ପ୍ରତିମୂର୍ତ୍ତିରେ ଓ ଜିଲ୍ଲା କଂଗ୍ରେସ କମିଟି କାର୍ଯ୍ୟାଳୟରେ ଥିବା ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା | ଏଥିରେ ଜିଲ୍ଲା କଂଗ୍ରେସ କମିଟିର ସଭାପତି ନଟବର ବାରିକ, ଉପସଭାପତି ପ୍ରସନ୍ନ ସାମନ୍ତରାୟ,ନଗର କଂଗ୍ରେସର ସଭାପତି ପ୍ରଶାନ୍ତ କୁମାର ମହାପାତ୍ର, କାର୍ଯ୍ୟକାରୀ ସଭାପତି ପ୍ରଦୀପ୍ତ ସାହୁ, କୃଷକ ସେଲର ସଭାପତି ନିତ୍ୟୟାନନ୍ଦ ପଣ୍ଡା, ବ୍ଲକ କଂଗ୍ରେସ ସଭାପତି ଲକ୍ଷ୍ମୀ ନାରାୟଣ ସାମନ୍ତରାୟ, ଯୁବ କଂଗ୍ରେସ ସଭାପତି, ପ୍ରଶାନ୍ତ କୁମାର ମଲ୍ଲିକ, ହେମନ୍ତ କୁମାର ସ୍ୱାଇଁ, ମାନସ କୁମାର ରଥ, ଜଗତାନନ୍ଦ ବେହେରା, ମହେଶ୍ୱର ବିଶ୍ୱାଳ, ମନୋରଞ୍ଜନ ମହାନ୍ତି, ଅଶୋକ ବେହେରା, ଛାତ୍ର କଂଗ୍ରେସ ସଭାପତି ସୁନୀଲ ମାଟିଆ ଓ ପୂର୍ଣ୍ଣ ଚନ୍ଦ୍ର ପରିଡା, ପ୍ରମୁଖ ବୋହୁ କଂଗ୍ରେସ କର୍ମୀ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ |