ଓଡ଼ିଶା ମୋ ପରିବାର ,ଜୀବନବିନ୍ଦୁ ଆନୁକୂଲ୍ୟରେ ଅଗସ୍ତିନୂଆଗାଁ ଗ୍ରାମରେ ରକ୍ତଦାନ ଶିବିର

ଛତ୍ରପୁର,(ଦେବଦତ୍ତ ମହାରଣା): ରକ୍ତ କିପରି ଅଭାବ ନରହିବ ସେଥି ନିମନ୍ତେ ପ୍ରତ୍ୟେକ ବର୍ଷ ଛତ୍ରପୁର ବ୍ଲକ୍ ଅନ୍ତର୍ଗତ ଅଗସ୍ତିନୂଆଗାଁ ଗ୍ରାମର ଗ୍ରାମ୍ୟ କମିଟି ରକ୍ତଦାନ ଶିବିର ଆୟୋଜନ କରି ଆସୁଛନ୍ତି । ଚଳିତ ବର୍ଷ କରୋନା ମହାମାରୀ ଯୋଗୁଁ କିପରି ରକ୍ତ ଠିକ୍ ଭାବେ ପାଇ ପାରିବେ ସେଥି ନିମନ୍ତେ ଗୁରୁବାର ଗ୍ରାମର କମ୍ୟୁନିଟି ହଲ୍ ଠାରେ ଓଡ଼ିଶା ମୋ ପରିବାର ଓ ଜୀବନବିନ୍ଦୁର ମିଳିତ ଆନୁକୂଲ୍ୟରେ ଗ୍ରାମ୍ୟ କମିଟିର ସହଯୋଗରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ମୋ ପରିବାର ଜୀବନ ବିନ୍ଦୁ କାର୍ଯ୍ୟକ୍ରମର ଜିଲ୍ଲା ସଂଯୋଜକ ତଥା ବିଜେଡି ରାଜ୍ୟ ସମ୍ପାଦକ ସୁବାସ ମହାରଣା, ପୂର୍ବତନ ବିଡିଏ ଅଧ୍ୟକ୍ଷ କୈଳାସ ରଣା, ଛତ୍ରପୁର ବ୍ଲକ୍ ଅଧ୍ୟକ୍ଷ ଏମ୍‌. ଧନଜଂୟ ରେଡ୍ଡି, ଜିଲ୍ଲା ଯୁବ ବିଜେଡି ସଭାପତି ଲକ୍ଷ୍ମଣ ଚୌଧୁରୀ, ୧୯ ନମ୍ବର ଜିଲ୍ଲା ପରିଷଦ ସଭ୍ୟ ପ୍ରମୋଦ କୁମାର ପ୍ରଧାନ, ରାଜ୍ୟ ଛାତ୍ର ବିଜୁ ଜନତା ଦଳର ସମ୍ପାଦକରାମହରି ମହାରଣା, ଗ୍ରାମ୍ୟ କମିଟି ସଭାପତି ଅକ୍ଷୟ କୁମାର ସ୍ୱାଇଁ, ଗ୍ରାମ୍ୟ କମିଟି ସମ୍ପାଦକ ତଥା ଯୁବ ବିଜେଡି ନେତା ନିବାସୀ ଗୌଡ଼, ସରକାରୀ ଓକିଲ ସୁରେଶ ପଣ୍ଡା ପ୍ରମୁଖ ଯୋଗ ଦେଇ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରୁଥିବା ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ଏଥିରେ ୪୧ଜଣ ସ୍ୱେଚ୍ଛାସେବୀ ରକ୍ତଦାନ କରିଥିବା ବେଳେ ଗ୍ରାମ୍ୟ କମିଟିର ସଭାପତି ଅକ୍ଷୟ କୁମାର ସ୍ୱାଇଁ ଆଜକୁ ମିଶାଇ ୨୪ଥର ରକ୍ତଦାନ କରିଥିବା ଜଣାପଡିଛି । ସମସ୍ତ କାର୍ଯ୍ୟକ୍ରମକୁ ଗ୍ରାମ୍ୟ କମିଟିର ସଭାପତି ଅକ୍ଷୟ କୁମାର ସ୍ୱାଇଁ, ସମ୍ପାଦକ ନିବାସୀ ଗୌଡ଼, ରାଜେନ୍ଦ୍ର ଗୌଡ଼, ଗଣେଶ ନାହାକ, ସୁକାକାନ୍ତ ନାହାକ, ସୁନୀଲ ପରିଡ଼ା, ବାପିନି ସ୍ୱାଇଁ, ରବିନ୍ଦ୍ର ନାହାକ ଓ କାହ୍ନୁ ସ୍ୱାଇଁଙ୍କ ସମେତ ଗ୍ରାମର ବହୁ ଯୁବକ ମାନେ ସହଯୋଗ କରିଥିଲେ । ବ୍ରହ୍ମପୁର ରକ୍ତ ଭଣ୍ଡାରର ପଂଚାନନ ସେଠୀ, ଚିନ୍ମୟ ବେହେରୋ, ବି. କ୍ରିଷ୍ଣା ରେଡ୍ଡି, ନାଗଭୂଷଣ ପ୍ରଧାନ, ବାବୁନି ବେହେରା ପ୍ରମୁଖ ଉପସ୍ଥିତ ରହି ରକ୍ତ ସଂଗ୍ରହ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ