ପୋଖରୀରେ ବୁଡି ଶିଶୁପୁତ୍ର ମୃତ୍ୟୁ
ନାଉଗାଁ,(ଓ୍ବାଇଏନ୍ଏସ୍) : ନାଉଗାଁ ବ୍ଳକ ଅନ୍ତର୍ଗତ ଜାମୁଗାଁ ପଂଚାୟତ ଜଖେଶ୍ୱରପଡା ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି । ଉକ୍ତ ଗ୍ରାମର ରାଜେନ୍ଦ୍ର କାଣ୍ଡି ଓ ରାଜଲକ୍ଷ୍ମି କାଣ୍ଡିଙ୍କ ୩ ବର୍ଷର ଶିଶୁପୁତ୍ର ଘର ପାଖ ପୋଖରୀରେ ବୁଡି ମୃତ୍ୟୁବରଣ କରିଥିବା ଜଣାଯାଇଛି । ଶିଶୁ ପୁତ୍ରଟି ଦାଣ୍ଡରେ ଖେଳୁଥିବା ସମୟରେ ପୋଖରୀରେ ପଡିଯାଇଥିଲା । କିଛି ସମୟ ପରେ ମା ରାଜଲକ୍ଷ୍ମୀ ପୁଅକୁ ଖୋଜି ନପାଇବାରୁ ନିକଟରେ ଥିବା ପୋଖରୀକୁ ଖୋଜିଥିଲେ । ପୋଖରୀ ମଧ୍ୟରୁ ଶିଶୁପୁତ୍ରକୁ ଉଦ୍ଧାର କରି ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ସେଠାରେ ପହଂଚିବା ପରେ ଶିଶୁଟିର ମୃତ୍ୟୁ ଘଟିସାରିଥିଲା । ଘଟଣାସ୍ଥଳରେ ଥାନା ଏସଆଇ ପ୍ରତାପ ଦାଶ ପହଂଚି ଶବ ବ୍ୟବଚ୍ଛେଦ ପାଇଁ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟକୁ ପଠାଇବା ସହିତ ୮/୨୦ରେ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିବା ପ୍ରକାଶ କରିଛନ୍ତି । ଶିଶୁପୁତ୍ରର ମୃତ୍ୟୁରେ ପରିବାର ସମେତ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ସରକାରୀ ସହାୟତା ଯୋଗାଇ ଦେବା ପାଇଁ ବିଜେଡି ପଂଚାୟତ ସଭାପତି ଅନୁପ ମହାନ୍ତି, ତୁଷାର କୁଅଁର, ଦିଲ୍ଲିପ ବାରିକ, ନରେନ୍ଦ୍ର କାଣ୍ଡୀଙ୍କ ସମେତ ଗ୍ରାମବାସୀ ଦାବି କରିଛନ୍ତି ।


