ଗଲ୍‌ଫ ‌ଖେଳିଲେ ପୁନଃଫିଟ୍‌ କପିଳ ଦେବ

ନୂଆଦିଲ୍ଲୀ: ଆଞ୍ଜିଓପ୍ଲାଷ୍ଟି ଅସ୍ତ୍ରୋପଚାର ପରେ କିଂବଦନ୍ତି କ୍ରିକେଟର୍‌ କପିଳ ଦେବ ପୁନଃ ଫିଟ୍‌ ହୋଇ ଗଲ୍‌ଫ ଖେଳିବା ଆରମ୍ଭ କରି ଦେଇଛନ୍ତି। ଗତମାସରେ ଅସ୍ତ୍ରୋପଚାର କରାଇଥିବା ବିଶ୍ବକପ୍‌ ବିଜେତା ଏହି ପୂର୍ବତନ ଭାରତୀୟ ଅଧିନାୟକ ଗଲ୍‌ଫ ପଡିଆକୁ ଫେରିଥିବାରୁ ମଧ୍ୟ ଖୁସି ଜାହିର କରିଛନ୍ତି। ଖୁସିକୁ ମୁଁ ଶବ୍ଦରେ ବର୍ଣ୍ଣନା କରିପାରୁନାହିଁ। ଗଲଫ କୋର୍ସକୁ ଫେରିବା ଭଲ କଥା ଏବଂ ବଂଧୁମାନଙ୍କ ଗହଣରେ ଖେଳିବା ମଜାଦାର। ‘ଏହା ହିଁ ଜୀବନର ସର୍ବସ୍ବ’ ବୋଲି କପିଳ କହିଛନ୍ତି। ସୂଚନାଯୋଗ୍ୟ ଅସ୍ତ୍ରୋପଚାର ପରେ ଡାକ୍ତରଙ୍କ ସଙ୍କେତ ପାଇଲେ ଗଲଫ କୋର୍ସକୁ ଆସିବେ ବୋଲି କପିଳ ପୂର୍ବରୁ ପ୍ରତିଶ୍ରୁତି ଦେଇଥିଲେ। ପ୍ରଶଂସକଙ୍କ ଶୁଭେଚ୍ଛା ଓ ଆଶୀର୍ବାଦ ମିଳିଥିବାରୁ ସେ ମଧ୍ୟ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କ୍ରିକେଟ୍ ମହାନ ମଧ୍ୟ ଗଲଫ ପଡିଆରେ ସଫଳତା ପାଇବା ଆରମ୍ଭ କରିଛନ୍ତି। ଆମେଚର୍‌ ବର୍ଗର ୬୦-୬୪ ବର୍ଗରେ ସେ ଗତବର୍ଷ ଏଭିଟି ଚାମ୍ପିଅନ୍ସ ଟୁର୍ ବିଜେତା ହୋଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ