ପୋଖରୀ ରେ ମାଛ ମରିବା ଘଟଣା; ପାଟପୁର ସରପଞ୍ଚ ଙ୍କ ଥାନା ରେ ଏତଲା

 ସାନଖେମୁଣ୍ଡି,(ପଦ୍ମଲୋଚନ ପାଣିଗ୍ରାହୀ): ସାନଖେମୁଣ୍ଡି ବ୍ଲକ ପାଟପୁର ପଞ୍ଚାୟତ ବିଶ୍ୱ ସରାୟ ବନ୍ଧ ରେ ଥିବା ସମସ୍ତ ମାଛ ର ମୃତୁ ହୋଇଥିବାର ଦେଖିବାକୁ ମିଳିଛି । ଦୁଇ ତିନି ଦିନ ଧରି ପ୍ରତିଦିନ ବନ୍ଧ ରେ ହଜାର ହଜାର ସଂଖ୍ୟାରେ ମୃତ ମାଛ ଭାସିବାର ଦେଖାଗଲା । ପ୍ରାୟ ଦୁଇ ଟନ ରୁ ଉର୍ଦ୍ଧ୍ବ ମାଛ ମୃତୁ ହୋଇଥିବା ବେଳେ ବନ୍ଧ ଥିବା ସମସ୍ତ ମାଛ ର କିଭଳି ମୃତୁ ହେଲା ତାହା ସ୍ୱଷ୍ଟ ହୋଇ ନାହିଁ । ପ୍ରଶ୍ନ ଉଠୁଛି କେମିତି ଏତେ ସଂଖ୍ୟରେ ମାଛ ମଲେ ? ମାଛ ମାରିବା ପାଇଁ ଦାଇ କିଏ?ଏହି ଘଟଣା ଘଟିବା ପରେ ପାଟପୁର ସରପଞ୍ଚ ଟି ବାବୁ ସୁବୁଦ୍ଧି ପାଟପୁର ଥାନା ରେ ଲିଖିତ ଅଭିଯୋଗ କଲା ପରେ ସାନଖେମୁଣ୍ଡି ବିଡ଼ିଓ ଓ ପାଟପୁର ପଞ୍ଚାୟତ ନିର୍ବାହୀ ଅଧିକାରୀ ଙ୍କୁ ଏକ ଲିଖିତ ଅଭିଯୋଗ କରିଛନ୍ତି । ସରପଞ୍ଚ ଙ୍କ କହିବା ପ୍ରକାରେ ଆଗାମୀ ବର୍ଷ ବନ୍ଧ ର ମରାମତି ଓ ପଙ୍କ ପୁନରୁଦ୍ଧାର ପାଇଁ ବନ୍ଧ ଟିକୁ କାହାକୁ ଲିଜ ସୂତ୍ରରେ ଦିଅ ନ ଯାଇ ପଞ୍ଚାୟତ ନିଜ ହେପଜାତରେ ରଖିଥିଲେ।ଯାହାକୁ ଆଖି ଆଗରେ ରଖି କେହି ଦୁର୍ବୁତ୍ତ ରାଜନୈତିକ ଆକ୍ରସ ରଖି ମାଛ ମାନଙ୍କୁ ବନ୍ଧ ରେ ବିଷ ପକାଇ ମାଛ ଗୁଡିକୁ ମାରି ଦେଇଛି ।  ଏହାର ତଦନ୍ତ କରି ଦୋଷୀ ଙ୍କୁ ଦଣ୍ଡ ଦେବା ପାଇଁ ସରପଞ୍ଚ ଦାବି କରିଛନ୍ତି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ