ଜିଲ୍ଲା ବୋଇତ ବନ୍ଦାଣ ସମିତିର ନୂତନ କର୍ମକର୍ତ୍ତା ନିର୍ବାଚନ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):  ଜିଲ୍ଲା ବୋଇତ ବନ୍ଦାଣ ସମିତି କେନ୍ଦ୍ରାପଡାର ୫୨ତମ ବୋଇତ ବନ୍ଦାଣ ଉତ୍ସବର ଅବ୍ୟହତି ପୂର୍ବରୁ ସ୍ଥାନୀୟ ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମ ପରିସରରେ ସମିତିର ଏକ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟର ଏହି ପୁରାତନ ବୋଇତ ବନ୍ଦାଣ ସମିତି ଦୀର୍ଘ ୫୧ବର୍ଷ ତଳେ ଗଠିତ ହୋଇଥିବା ବେଳେ ବହୁ ଖ୍ୟାତି ଅର୍ଜ୍ଜନ କରି ତା’ର ସଫଳତାକୁ ବଜାୟ ରଖିଆସିଛି । ଏହି ଉପଲକ୍ଷେ ସମିତିର ସ୍ଥାୟୀ ମୁଖ୍ୟ ଉପଦେଷ୍ଟା ପ୍ରଦୀପ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଚଳିତ ବର୍ଷ ପାଇଁ କର୍ମକର୍ତ୍ତା ଚୟନ ସହିତ କାର୍ଯ୍ୟପନ୍ଥା ସମ୍ପର୍କରେ ନିଷ୍ପତି ଗ୍ରହଣ କରାଯାଇଥିଲା । ଚଳିତ ବର୍ଷ କରୋନା ସଂକ୍ରମଣ କାରଣରୁ ସମସ୍ତ କାର୍ଯ୍ୟକ୍ରମକୁ କାଂଟଛାଂଟ କରାଯାଇଛି । କାର୍ତ୍ତିକ ପୂର୍ଣ୍ଣିମା ଦିନ କୋଭିଡ ନିୟମକୁ ଅନୁପାଳନ ପୂର୍ବକ ସ୍ଥାନୀୟ ମହାଭୋଇ ପୋଖରୀରେ କେବଳ ବିଧିରକ୍ଷା ନିମନ୍ତେ ବୋଇତ ବନ୍ଦାଣକରାଯାଇ ସେହି ଠାରେ ୨୦ଜଣ କରୋନା ଯୋଦ୍ଧାଙ୍କୁ ସମିତି ପକ୍ଷରୁ ସମ୍ବର୍ଦ୍ଧିତ କରାଯିବ ବୋଲି ନିଷ୍ପତି ଗ୍ରହଣ କରାଗଲା । ଏହି ବୈଠକରେ ସର୍ବସମ୍ମତି କ୍ରମେ ସମିତିର ମୁଖ୍ୟ ଉପଦେଷ୍ଟା ଭାବରେ ପ୍ରଦୀପ କୁମାର ମହାନ୍ତି, ସଭାପତି ଭାବେ ଚିନ୍ମୟ ପ୍ରସାଦ ବେଉରା, ଉପସଭାପତି ଭାବେ ବୈଷ୍ଣବ ଚରଣ ପ୍ରଧାନ ଓ ଗୋଲଖ ଚନ୍ଦ୍ର ପଢିଆରୀ, ସମ୍ପାଦକ ସଞ୍ଜୟ କୁମାର ରାଉତ, ସହସମ୍ପାଦକ ରବିନ୍ଦ୍ର ନାଥ ରଥ, କମଳାକାନ୍ତ ବେହେରା, ବ୍ୟବସ୍ଥାପକ ରବିନାରାୟଣ ମହାନ୍ତି ଓ ମୁକ୍ତାର ଖାଁ, ସାଂସ୍କୃତିକ ସମ୍ପାଦକ ମନୋଜ କୁମାର ଦାସ ଓ ବିନିରାଣୀ ଖଟୁଆ, ଯୁଗ୍ମ ସମ୍ପାଦକ ହିମାଂଶୁ ଦାସ, ସରୋଜକାନ୍ତ ସାହୁ ଓ ଅଶୋକ କୁମାର ସାହୁ, ଗଣମାଧ୍ୟମ ସମ୍ପାଦକ ଚିତ୍ତରଞ୍ଜନ ଦାସ ଓ ଲକ୍ଷ୍ମୀକାନ୍ତ ନାୟକ, ସଂଗଠନ ସମ୍ପାଦକ ଅଦୈତ ଦାସ ଓ ସୈାମ୍ୟରଞ୍ଜନ ପଟ୍ଟନାୟକ, ସଂଯୋଜକ ସୁବାଷ ପାତ୍ର ଓ ନାରାୟଣ ସାହୁ ଏବଂ କୋଷାଧ୍ୟକ୍ଷ ଭାବେ ପ୍ରଫୁଲ୍ଲ କୁମାର ଦାସଙ୍କୁ ଚୟନ କରାଯାଇଥିଲା । ଏଥିସହିତ ଉପଦେଷ୍ଟା କମିଟିରେ ଡା. ଅଲେଖ ଚନ୍ଦ୍ର ଦାସ, ମହମ୍ମଦ ଆକବର ଅଲ୍ଲୀ, ଶରତ ଚନ୍ଦ୍ର ଧଳ, ଭାବଗ୍ରାହୀ କର ଓ ଶ୍ରୀମତୀ ଅନ୍ନପୂର୍ଣ୍ଣା ମହାନ୍ତିଙ୍କୁ ଚୟନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ