ଧର୍ମ ପରାୟଣଙ୍କ ପରଲୋକ
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ଶ୍ରୀରାମ ଦୟା ପରିଷଦର ପୁରଧା ନିତ୍ୟାନନ୍ଦ ସାମଲଙ୍କର ନିଜ ଜନ୍ମମାଟି ତୁଳସୀପୁର ବାସଭବନ ଠାରେ ପରଲୋକ ଘଟିଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୫ବର୍ଷ ହୋଇଥିଲା । ବାର୍ଦ୍ଧକ୍ୟ ଜନିତ କାରଣ ଯୋଗୁ ସେ କିଛିଦିନ ଧରି ଅସୁସ୍ଥ ଥିବାବେଳେ ରବିବାର ସନ୍ଧ୍ୟା ୫ଘଟିକା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା । ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶେଷ ଦର୍ଶନ କରି ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ଏହାଛଡା ଶ୍ରୀରାମଦୟା ପରିଷଦର ସଦସ୍ୟ ଇଂ କାମପାଳ ଚନ୍ଦ, ପବନ କୁମାର ନାୟକ, ଶରତ ମହାପାତ୍ର, ବିଦ୍ୟାଧର ଦ୍ୱିବେଦୀ, ମୁରଲୀଧର ଦାସ, ରତ୍ନାକର ସେନାପତି ପ୍ରମୁଖ ଶୋକ ପ୍ରକଟ କରିଥିବାବେଳେ ଦିଗଂଗତ ଆତ୍ମାର ସଦଗତି ପାଇଁ ପ୍ରାର୍ଥନା କରିଛନ୍ତି ।


