ବାଲିଗୁଡା; ଘୁ.ଉଦୟଗିରି ବ୍ଲକରେ ନୂତନ ପ୍ରେସ କ୍ଲବ ଗଠିତ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ  ଘୁ.ଉଦୟଗିରିର ସ୍ଥାନୀୟ ବ୍ୟବସାୟୀ ସଂଘ ସଭାଗୃହ ପରିସରମଧ୍ୟରେ  ବରିଷ୍ଠ ସାମ୍ବାଦିକ ପତିତପାବନ ସାହୁଙ୍କ ସଭାପତିତ୍ୱରେ  ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି  l ଏହି ବୈଠକରେ ସାମ୍ବାଦିକଙ୍କ ପ୍ରସ୍ତାବ କ୍ରମେ ପ୍ରେସ କ୍ଳବ ଗଠନ କରାଯାଇଛି । ଏହି ବୈଠକରେ ଉପସ୍ଥିତ ସାମ୍ବାଦିକଙ୍କ ସର୍ବ ସମ୍ମତି କ୍ରମେ ସଭାପତି ଭାବେ ସମୀର କୁମାର ପାଢୀ, ଉପସଭାପତି ଭାବେ ଅରୁଣ କୁମାର ଷଡ଼ଙ୍ଗୀ, ସମ୍ପାଦକ ବଟକୃଷ୍ଣ ଦାସ, ସହସମ୍ପାଦକ ରାମକୃଷ ଚୌଧୁରୀ, କୋଷାଧ୍ୟକ୍ଷ ଗଗନ କୁମାର ପ୍ରଧାନଙ୍କୁ ମନୋନୀତ  କରାଗଲା I ଏଥିରେ ଅଗାମୀ ଦିନରେ ଏକ ପ୍ରେସ କ୍ଳବ ଗୃହ ନିର୍ମାଣ, ସମ୍ବାଦିକଙ୍କ ଏକତା, ସମ୍ବାଦିକଙ୍କ ସ୍ୱାର୍ଥ ରକ୍ଷା, ସୁରକ୍ଷା ପାଇଁ ସଂକଳ୍ପ ନିଆଗଲା l ଏଥିରେ ଅନ୍ୟ ସାମ୍ବାଦିକ ମାନଙ୍କ ମଧ୍ୟରେ ପ୍ରସନ୍ନ କୁମାର ମିଶ୍ର, ଦେବନାଥ ଦଳବେହେରା, ଅନୀଲ ଦଳବେହେରା, ଜୋସେଫ  ଦିଗାଳ ଏବଂ ପ୍ରତାପ କୁମାର ପାଢ଼ୀ ପ୍ରମୁଖ ଉପସ୍ଥିତ ରହି ସଂଗଠନକୁ ଆଗକୁ ନେବା ପାଇଁ ମତାମତ ରଖି ଥିଲେ I ଶେଷରେ ପ୍ରତାପ କୁମାର ପାଢୀ ସଭାର ସଭାପତି ଏବଂ ଉପସ୍ଥିତ ସମସ୍ତ ସମ୍ବାଦିକ ମାନଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ ଘୋଷଣା କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ