ଦୂର୍ଘଟଣାରେ ବ୍ୟବସାୟୀ ମୃତ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): ଏକ ସଡକ ଦୂର୍ଘଟଣାରେ ଜନୈକ ବ୍ୟବସାୟୀଙ୍କ ମୃତ୍ୟୁ ହୋଇଯାଇଥିବା ଜଣାପଡିଛି । ଅଭିଯୋଗ ଅନୁଯାଇ ପଟ୍ଟାମୁଣ୍ଡାଇର ବ୍ୟବସାୟୀ ସେକ ସଫିକ ଅଲ୍ଲୀଙ୍କ ପୁଅ ସେକ ଅଜିଜ ଅଲ୍ଲୀ(୨୭) କଟକରୁ ଏକ ବାଇକ ପଛରେ ବସି ଗତ ଶୁକ୍ରବାର ରାତିରେ ଘରକୁ ଫେରୁଥିବା ବେଳେ ବଡଚଣା ନିକଟରେ ବାଇକଟି ଦୂର୍ଘଟଣା ଗ୍ରସ୍ତ ହେବାରୁ ସେ ବାଇକରୁ ରାସ୍ତା ଉପରକୁ ଛିଟିକି ପଡିଥିଲେ । ତାଙ୍କୁ ଗୁରୁତ୍ତର ଅବସ୍ଥାରେ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ବେଳେ ତାଙ୍କର ସେଠାରେ ମୃତ୍ୟୁ ହୋଇଯାଇଥିଲା । ପଟ୍ଟାମୁଣ୍ଡାଇସ୍ଥିତ କବରସ୍ତ।।ନରେ ମୁସଲିମ ରୀତିନୀତି ଅନୁଯାଇ ତାଙ୍କୁ ଗତ ଶନିବାର କବର ଦିଆଯାଇଥିବା ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ