ଆସନ୍ତା ୨୬ ରେ ସାଧାରଣ ଧର୍ମଘଟ ନେଇ କନଭେନସନ

ଜୟପୁର,(ଓ୍ବାଇଏନ୍ଏସ୍): ଜୟପୁର ଶ୍ରମିକ ଭବନରେ ଆସନ୍ତା ୨୬ ରେ ସାଧାରଣ ଧର୍ମଘଟ ନେଇ ମିଳିତ କନଭେନସନ ସ୍ଥାନୀୟ ଶ୍ରମିକ କର୍ମଚାରି ସଂଗଠନ ମାନଙ୍କ ମିଳିତ ମଞ୍ଚର ଉଦ୍ୟୋଗରେ ଅନୁଷ୍ଟିତ ହୋଇଛି । ଜୟପୁର ଶ୍ରମିକ ଭବନରେ ଆୟୋଜିତ କେନଭେନସନରେ ଉପସ୍ଥିତ ସଂଗଠନର ସଦସ୍ୟ ମାନେ ଦେଶର ସାଧାରଣ ମଣିଷ ନ୍ୟୁନତମ ଜୀବନ ଧାରଣରେ ଆଭଶ୍ୟକତା ପ୍ରତି କେନ୍ଦ୍ର ସରକାରଙ୍କ ସାମଗ୍ରୀକ ଭାବରେ ନିରବିଛିନ୍ନ ଉଦସୀନତା ଗରୀବ, ବେରୋଜଗାର , ସହ ଦର ନୟନ୍ତ୍ରଣରେ ସରକାର ବିଫଳ ହୋଇଥି ବା ନେଇ ଉଦବେଗ ପ୍ରକାଶ କରଥିଲେ । ଆସନ୍ତା ୨୬ ତାରିଖରେ ସାଧାରଣ ଧର୍ମଘଟ କୁ ସଫଳ କରିବା ପାଇ ନିଷ୍ପ୍‌ତି ହୋଇଥିବା ବେଳେ ଚକ, ଅଖ, ଦୋକାନ, ବଜାର, ବ୍ୟାଙ୍କ, ଏଲଆଇସି ସମସ୍ତ ସରକାରୀ କାଯ୍ୟାଳୟ ବନ୍ଦ ରହିବ । ଦର ଦାମ ନିୟନ୍ତ୍ରଣ କରାଯାଉ, ଶ୍ରମିକ ଓ କୃଷକ ବିରୋଧୀ ଶ୍ରମ ଓ କୃଷି ଆଇନ ପ୍ରତ୍ୟାହାର, ରେଳ, ବିମା, ପ୍ରତିରକ୍ଷା ଓ ଅନ୍ୟାନ୍ୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗର ଘରୋଇକରଣ ବନ୍ଦ, ଗ୍ରାମାଞ୍ଚଳରେ ୨ ସହ ଦିନର କାମ,ମନରେଗାରେ ୫ ଶହ ଟଙ୍କା ମଜୁରି ସହରାଞ୍ଚଳ ରୋଜଗାର ଗରିବ ପରିବାରଙ୍କୁ ମାସକ ୭ ହଜାର ୫ ଶହ ଟଙ୍କା ସହାୟତା ଓ ମାସିକ ୧୦ କେଜି ଚାଉଳ ପ୍ରଦାନ, ଆଶା, ପାଚିକା, ଅଙ୍ଗନବାଡିକୁ ସରକାରୀ ମାନ୍ୟତା ଓ ସାମାଜିକ ସୁରକ୍ଷା ପ୍ରଦାନ ଆଦି ଦାବୀରେ ସବ ଭାରତ ସାଧାରଣ ଧର୍ମଘଟ ହେଉଛି । ଏହି କନଭେନସନରେ ପ୍ରମୋଦ ମହାନ୍ତି, କାହ୍ନୁ ବିଶ୍ୱାଳ, ଲକ୍ଷ୍‌ମଣ କୁମାର ମିଶ୍ର, ଧିରେନ୍ଦ୍ର କୁମାର ମହାନ୍ତି, ଶମ୍ଭୁ ମହାନ୍ତି, କୃଷ୍ଣ ନେତା ନରେନ୍ଦ୍ର ପ୍ରାଧାନ, ସୁବାସ ଭଟ୍ଟାଚାଯ୍ୟ, ଯୁଧିଷ୍ଠିର ରାଉଳ, ଭଗବାନ ବାହିନିପତି, ସୁଯ୍ୟ ନାରାୟଣ ବିଷୋୟୀ, ଅରୁଣ ମହାରାଣା, ରାଜେନ୍ଦ୍ର ପ୍ରସାଦ ସାହୁ, ଭାଗିରଥି ରେଡ୍ଡି ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ କେନ୍ଦ୍ରୀୟ୍ ଟ୍ରେଡ ୟୁନିୟନ ତଥା ଅନାନ୍ୟ ଶ୍ରମିକ ଓ କୃଷକ ସଂଗଠନ ମାନଙ୍କ ତରଫରୁ ବିଶେଦ ଆଲୋଚନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ