ଶୌଚ କରିବାକୁ ଯାଇ ଭାଲୁ ଆକ୍ରମଣରେ ଯୁବକ ଗୁରୁତର
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ):ମୟୂରଭଂଜ ଜିଲ୍ଲାର ବହଳଦା ବନାଞ୍ଚଳ ଅନ୍ତର୍ଗତ ଜାମୁଦା ବିଟ୍ ଅଧିନସ୍ଥ ମଧୁପୁର ଗ୍ରାମର ସନ୍ତୋଷ ପାତ୍ର (୪୮) ସକାଳୁ ଗାଁ ସନ୍ନିକଟ ଜଙ୍ଗଲକୁ ସୋମବାର ଦିନ ସକାଳେ ଶୌଚ କରିବାକୁ ଯାଇ ଭାଲୁ ଆକ୍ରମଣରେ ଶିକାର ହୋଇଥିବା ଅଭିଯୋଗ ହୋଇଛି । ସେଠାରେ ଭାଲୁ ତାଙ୍କୁ କାମୁଡି ରକ୍ତାକ୍ତ କରି ଛାଡ଼ି ପଳାଇଥିଲେ ।ପରେ ଗ୍ରାମବାସୀ ତାଙ୍କୁ ଉଦ୍ଧାର କରି ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ଗୁରୁତର ଅବସ୍ଥାରେ ଅଣାଯାଇଥିଲା । ବନ ବିଭାଗ କର୍ମଚାରୀ ପହଞ୍ଚି ତାଙ୍କର ଅବସ୍ଥା ବୁଝାବୁଝି କରିଥିଲେ ।


