ପିତୃହନ୍ତା ମାମଲାରେ ଚଣ୍ଡାଳ ପୁଅ ସମେତ ସହଯୋଗୀ ଗିରଫ
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): କାଳୀପୂଜା ପାଇଁ ମୟୂରଭଂଜ ଜିଲ୍ଲା ଗ୍ରାମରୁ ସହର ଉତ୍ସବ ମୁଖର ।ଏହି ଖୁସିବାସୀ ପର୍ବରେ ସମସ୍ତେ ଆନନ୍ଦରେ ମସଗୁଲ ଥିବାବେଳେ ବହଳଦା ବ୍ଲକର ଅଁଳା ଯୋଡ଼ି ପଞ୍ଚାୟତର ଗୁହାଳଡାଙ୍ଗିରି ଗ୍ରାମରେ ଗତ ୧୩ ତାରିଖ ରାତି ୭ଟାସମୟ ପାଖାପାଖିରେ ବାପ ରାଘବ ମାଝୀ (୬୨) ସହିତ ପୁଅ ଟାଟା ମାଝୀ (୪୩) ର ଯୁକ୍ତିତର୍କ ମାରପିଟ୍ ଗଣ୍ଡଗୋଳ ହୋଇଥିଲା । ପୁଅର ମାଡ଼ରେ ବାପର ମୁଣ୍ଡ ଫାଟି ଯାଇଥିଲା । ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ି ରହିଥିଲା । ପୁଅ ଟାଟା ମାଝୀ ତାହାର ସହଯୋଗୀ ଦୀପକ ଘିନୁଆ ମିଶି କରି ଗୁରୁତର ରାଘବ ମାଝୀଙ୍କୁ ଦାଣ୍ଡରେ ଘୋଷାରି ଘୋଷାରି ନେଇ ବିଲ୍ ପାଖରେ ଫୋପାଡି ଦେଇଥିଲେ । ଗାଁ ବାଲା ଯେତେ କାକୁତି ମିନତି ହେଲେ ମଧ୍ୟ ରକ୍ତମୁଖା ପୁଅ ଟାଟା ମାଝୀ କିଛି ଶୁଣିଲା ନ ଥିଲଖ । ପରେ ଗାଁ ର କିଛି ଲୋକ ୧୦୮ ଆମ୍ବୁଲାନ୍ସ ଡକାଇ ଗୁରୁତର ରାଘବ ମାଝୀଙ୍କୁ ରାଇରଙ୍ଗପୁର ହସ୍ପିଟାଲକୁ ଚିକିତ୍ସା ପାଇଁ ପଠାଇଥିଲେ । ପରେ ୧୪ ତାରିଖ ଦିନ ରାଇରଙ୍ଗପୁର ହସ୍ପିଟାଲରୁ ଟାଟା ମାଝୀ ବାପାକୁ ରାଇରଙ୍ଗପୁର ହସ୍ପିଟାଲରୁ ଘରକୁ ନେଇ ଆସିଥିଲେ ।୧୫ ତାରିଖ ଦିନ ରାଘବ ମାଝୀର ମୃତ୍ୟୁ ହୋଇଥିଲା । ଗାଁ ବାଲାଙ୍କ ବହଳଦା ଥାନାରେ ଅଭିଯୋଗ କରିଥିଲେ । ଖବର ପାଇ ବହଳଦା ଥାନାଧିକାରୀ ଯୋଗେନ୍ଦ୍ର ମଲ୍ଲିକ,ଏଏସଆଇ ଭାସ୍କର ପ୍ରଧାନ ଘଟଣା ସ୍ଥଳରେ ପହଞ୍ଚି ଏକ ମାମଲା କେଶ ନଂ ୮୩/୨୦ ମାମଲା ରୁଜୁ କରି ତଦନ୍ତ କରିଥିଲେ । ଘଟଣାରେ ସଂପୃକ୍ତ ପିତୃହନ୍ତା ପୁଅ ଟାଟା ମାଝୀ ସହଯୋଗୀ ଦୀପକ ଘିନୁଆକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏଭଳି ଦୁଖଦ ଅଭାବନୀୟ ଘଟଣାର ନେଇ ଚାରିଆଡେ ଚର୍ଚା ଚାଲିଛି ।


